Latest Odisha News

BREAKING NEWS

ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

କଟକ: ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି ଗୁରୁବାର ଦିନ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

BjdElectrycity

ନବ ନିଯୁକ୍ତ ଡିଜିପି ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ସତ୍ୟଜିତ ମହାନ୍ତି ଏହି ପଦବୀରେ ରହିବେ। ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ମୁଖ୍ୟ ପୋଲିସ ମୁଖ୍ୟାଳୟ ଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସତ୍ୟଜିତ କହିଛନ୍ତି ଯେ, ତାଙ୍କ ଉପରେ ଭରସା ବ୍ୟକ୍ତି କରିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଉଛନ୍ତି ।

“ନୂତନ ଡିଜିପି କାର୍ଯ୍ୟଭାର ଗ୍ରହଣ ନକରିବା ଯାଏଁ ସରକାର ମୋତେ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାଇ ରଖିବା ଲାଗି ମୁଁ ମୋର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.