Latest Odisha News

BREAKING NEWS

ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ମୁଁ ଗୁରତ୍ୱ ଦେବି – ପୋଲିସ କମିଶନର ସତ୍ୟଜିତ ମହାନ୍ତି

ଭୁବନେଶ୍ୱର : ଆଜି ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସତ୍ୟଜିତ ମହାନ୍ତି । ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ସମାଜରେ ଆଇନ କାନୁନ ଓ ଶୃଙ୍ଖଳା ବଜାୟ ରଖିବାକୁ ହେଲେ ପ୍ରଥମେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ପଡ଼ିବ ।

ଆଜି ଦାୟିତ୍ୱ ନେବାର କିଛି ସମୟ ପରେ ନୂଆ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି “ ଲୋକଙ୍କ ପ୍ରିୟଭାଜନ ହେଲେ ହିଁ ପୋଲିସ ତାର କର୍ତ୍ତବ୍ୟ ଠିକ ରୂପେ ସମ୍ପାଦନ କରିପାରିବ,

ପୋଲିସ ଏପରି ଭାବେ କର୍ତ୍ତବ୍ୟ ସମ୍ପାଦନ କରିବ ଯେପରି ଲୋକମାନଙ୍କର ଖୁବ ନିକଟତର ହୋଇପାରିବେ । ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପୋଲିସ ଲାଗି ଅତ୍ୟନ୍ତ ଜରୁରୀ, ତେବେ ଯାଇ ଲୋକମାନେ ମଧ୍ୟ ପୋଲିସକୁ ସହଯୋଗର ହାତ ବଢାଇବେ । ”

 

ନୂଆ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପୂର୍ବରୁ ବାଲେଶ୍ୱର, କଟକ, ରାଉରକେଲା ଏବଂ କୋରାପୁଟରେ ଏସପି ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ସେ ୧୯୮୮ ବ୍ୟାଚର ଆଇପିଏସ ଅଫିସର । କମିଶନର ସତ୍ୟଜିତ ମହାନ୍ତିଙ୍କୁ ଏହି ଦାୟିତ୍ୱ ପୂର୍ବର ପୋଲିସ କମିଶନର ୱାଇ ବି ଖୁରାନିଆ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.