ଭୁବନେଶ୍ବର: ଓଲିଉଡ ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ପୈତୃକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ଧମକ ମିଳିଥିବା ସୂଚନା ରହିଛି । ପୁସ୍ତକ ପ୍ରକାଶନ ସଂସ୍ଥା ‘କଟକ ଷ୍ଟୁଡେଣ୍ଟ ଷ୍ଟୋର’ ମାଲିକାନାକୁ ନେଇ ବିବାଦ ରହିଥିବା କୁହାଯାଉଛି ।
ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକୀ । ୬ ତାରିଖରେ ଘରେ ପଶି ବୃଦ୍ଧ ବାପାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ପୁରୀଘାଟ ଥାନାରେ ଏତଲା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଡିସିପିଙ୍କୁ ଭେଟିଲେ ଅଭିନେତା । ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଓ ନ୍ୟାୟ ପାଇଁ ଗୁହାରି କଲେ ସାତ୍ୟକୀ ମିଶ୍ର ।