Latest Odisha News

BREAKING NEWS

ରିଲିଜ ହେଲା ଫିଲ୍ମ ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ‘ଆଜ କେ ବାଦ୍’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ‘ଆଜ କେ ବାଦ୍’ ସୋସିଆଲ ମିଡିଆରେ ମୁକ୍ତିଲାଭ କରିଛି। ଏହି ଗୀତରେ କାର୍ତ୍ତିକ ଏବଂ କିଆରାଙ୍କ ବିବାହ ଦେଖିବାକୁ ମିଳୁଛି। ରିଲିଜ ହୋଇଥିବା ଏହି ସଙ୍ଗୀତ ଭିଡିଓରେ କାର୍ତ୍ତିକ ଆର୍ଯ୍ୟନ୍ ଖୁସିରେ ଦିୱାନା ହେଉଥିବାବେଳେ କିଆରା ଆଡଭାନୀ ଦୁଃଖିତ ଥିବା ନଜର ଆସୁଛନ୍ତି। ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ବିବାହ ଗୀତ ଦେଖି ନେଟିଜନ୍ସଙ୍କ କହିବା କଥା ହେଲା, ‘ଆଜ କେ ବାଦ୍’ ଗୀତର ଭିଡିଓ ଫିଲ୍ମର ପୁରା କାହାଣୀ ଦର୍ଶାଉଛି।

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ର ଟ୍ରେଲର ରିଲିଜ ହେବା ପରେ ଏବେ ଫିଲ୍ମର ନୂଆ ଭିଡିଓ ଗୀତ ରିଲିଜ୍ ହୋଇଛି। ‘ଆଜ କେ ବାଦ’ ସଙ୍ଗୀତରେ କାର୍ତ୍ତିକ ଏବଂ କିଆରାଙ୍କ ବିବାହ ପାଇଁ ପ୍ରସ୍ତୁତି ହେଉଥିବା ଦର୍ଶାଯାଇଛି। ଯେଉଁଠାରେ କାର୍ତ୍ତିକ ଖୁସିରେ ନାଚୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଦୁଃଖୀ ନଜର ଆସୁଛନ୍ତି। ଅନ୍ୟପକ୍ଷରେ, କିଆରା ଆଡଭାନୀ ପୁରା ଗୀତରେ ଦୁଃଖୀ ନଜର ଆସିଛନ୍ତି।

‘ସତ୍ୟପ୍ରମ କି କଥା’ ଚଳଚ୍ଚିତ୍ରର କାହାଣୀରେ କାର୍ତ୍ତିକ ଆର୍ଯ୍ୟନ ଏକ ଅବିବାହିତ ପୁଅ ଭୂମିକାରେ ନଜର ଆସିଛନ୍ତି, ଯିଏକି ନିଜ ବିବାହ ପାଇଁ ଝିଅ ଖୋଜିବାରେ ଅସମର୍ଥ। ଏହାପରେ କାର୍ତ୍ତିକଙ୍କ ଜୀବନରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି ହୁଏ। ଦୁହିଁଙ୍କ ମଧ୍ୟରେ ପ୍ରେମ ଏବଂ ରୋମାନ୍ସ ହୁଏ, କିନ୍ତୁ ତା’ପରେ ଏପରି କିଛି ଘଟଣା ଘଟେ ଯାହା କାର୍ତ୍ତିକ ଆର୍ଯ୍ୟନଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇଦିଏ। କାହାଣୀର ସସ୍ପେନ୍ସ ଜାଣିବା ପାଇଁ ଫିଲ୍ମ ପ୍ରଶଂସକମାନଙ୍କୁ ଜୁନ୍ ୨୯ ତାରିଖକୁ ଅପେକ୍ଷା କରିବାକୁ ପଡିବ। କାର୍ତ୍ତିକ-କିଆରାଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଜୁନ୍ ୨୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.