Latest Odisha News

BREAKING NEWS

ସାଉଦି ଆରବରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ୪ର୍ଥ ରାଜକୁମାର ଗିରଫ

ରିୟାଦ:ସାଉଦି ଆରବରେ ରାଜା ମହମ୍ମଦ ବିନ ସଲମାନଙ୍କୁ ଗାଦିରୁ ହଟାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ସୋମବାର ୪ର୍ଥ ରାଜକୁମାର ନାଏଫ ବିନ୍ ଅହମ୍ମଦଙ୍କୁ ଗିରଫ କରାଯାଇଛି । ସେ ସେନାର ଗୋଇନ୍ଦା ବିଭାଗ ପ୍ରମୁଖ ଦାୟିତ୍ୱ ତୁଲାଇସାରିଛନ୍ତି । ପୂର୍ବରୁ ଶୁକ୍ରବାର ଏହି ଅଭିଯୋଗରେ ଅନ୍ୟ ୩ଜଣ ରାଜକୁମାର ଗିରଫ ହୋଇଥିଲେ ।

BjdElectrycity

ତେବେ ଗିରଫ ନେଇ ସାଉଦି ଆରବ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ବର୍ତମାନର ରାଜା ମହମ୍ମଦ ବିନ ସଲମାନଙ୍କୁ ତାଙ୍କ ପିତା ମହାରାଜ ସଲମାନ ୨୦୧୬ରେ ଉତରାଧିକାରୀ ଘୋଷିତ କରିଥିଲେ । ରିପୋର୍ଟ ମୁତାବକ ନିଜ ସ୍ଥିତି ମଜଭୁତ କରିବା ପାଇଁ ସଲମାନ ଉପରୋକ୍ତ ୪ ରାଜକୁମାରଙ୍କୁ ଗିରଫ କରାଇଛନ୍ତି ।

Leave A Reply

Your email address will not be published.