Latest Odisha News

ତାମିଲନାଡୁରେ ଦେବେନ୍ଦ୍ର ଭୁକ୍ତାଙ୍କ ମୃତ୍ୟୁ ଘଟଣା; ମରଶରୀର ଓଡ଼ିଶାକୁ ଆଣିବାରେ ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଦଳବଦା ଗ୍ରାମର ଦେବେନ୍ଦ୍ର ଭୁକ୍ତାଙ୍କର ମାର୍ଚ୍ଚ ୭ ତାରିଖରେ ତାମିଲନାଡୁସ୍ଥିତ ମାଲଗୁଡ଼ିରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକଙ୍କୁ ଜଣାଇଥିଲେ । ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଓଡ଼ିଶା ମୋ ପରିବାର ମୃତକଙ୍କ ସମ୍ପର୍କୀୟ ନାଗେଶ୍ୱରଙ୍କ ଯୋଗାଯୋଗ କରି ତାଙ୍କ ମୃତ ଶରୀର ମାଲଗୁଡ଼ିରୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରିବାକୁ ହାତ ବଢାଇଛି ।

ଓଡ଼ିଶା ମୋ ପରିବାର କମ୍ପାନୀର ମାଲିକଙ୍କ ସହିତ ଯୋଗାଯୋଗ କରି ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିବାକୁ କହିଥିଲେ । କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମର ଶରୀର ଚେନ୍ନାଇ ପଠାଯାଇଥିଲା । ଚେନ୍ନାଇରୁ ମୃତକଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଧାନବାଦ ଏକ୍ସପ୍ରେସ ଯୋଗେ ବଲାଙ୍ଗୀର ଷ୍ଟେସନ ଯୋଗେ ମର ଶରୀର ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କ ସମନ୍ୱୟରେ ମୃତକଙ୍କ ପାର୍ଥୀବ ଶରୀରକୁ ନିଜ ଗ୍ରାମକୁ ଫେରାଇ ନେବା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା ।

ଆଜି ସକାଳ ୧୦ଟା ସମୟରେ ମନ୍ତ୍ରୀ ଶ୍ରୀ ବେହେରା, ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ, ସ୍ଥାନୀୟ ବିଡ଼ିଓ ଏବଂ ସରପଞ୍ଚଙ୍କ ଉପସ୍ଥିତିରେ ସ୍ୱର୍ଗତ ଦେବେନ୍ଦ୍ର ଭୁକ୍ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ତାଙ୍କ ପରିବାରକୁ ୩୦, ୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ।

ଏହି ମହାନ କାର୍ଯ୍ୟ ତଥା ସହାୟତା ଲାଗି ମୃତକଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଓଡ଼ିଶା ମୋ ପରିବାର ଟିମକୁ ନିଜର କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.