Latest Odisha News

BREAKING NEWS

ଡ୍ରଗ୍ସ ପାଇଁ ୧୦ ଦିନରେ ୧୨ ଜଣଙ୍କ ମୁଣ୍ଡ କାଟିଲା ସାଉଦି ସରକାର

ରିୟାଦ: କଠୋର ଦଣ୍ଡାଦେଶ ନେଇ ସାଇଦି ଆରବର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଥର ମଧ୍ୟ ସାଉଦି ଆରବ ସରକାର ଅପରାଧୀ କୁ କଠୋର ଦଣ୍ଡ ଦେଇଛନ୍ତି । ସେ ପୁଣି ଏମିତି ସେମିତି ଦଣ୍ଡ ନୁହେଁ, ଦିଆଯାଇଛି ମୃତ୍ୟୁ ଦଣ୍ଡ । ୧୦ ଦିନ ମଧ୍ୟରେ ୧୨ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି । ୧୨ ଜଣଙ୍କର ମୁଣ୍ଡକୁ ଶରୀରରୁ କାଟି ଦିଆଯାଇଛି । ମୃତ୍ୟୁ ଦଣ୍ଡ ଦେବାର କାରଣ ହେଉଛି ଡ୍ରଗ୍ସ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡ୍ରଗ୍ସ ସମ୍ୱନ୍ଧିୟ ଆଇନ ଭାଙ୍ଗିଥିବା ଅଭିଯୋଗରେ ୧୨ ଜଣଙ୍କ ମୁଣ୍ଡ କଟାଯାଇଛି । କେତେକ ଅଭିଯୁକ୍ତ ପ୍ରବାସୀ ଥିବା ବେଳେ କେତେ ଜଣ ସାଉଦି ଆରବର ବାସିନ୍ଦା ।

୩ ଜଣ ପାକିସ୍ତାନ, ୪ଜଣ ସିରିଆ, ୨ଜଣ ଜୋର୍ଡାନର ଥିବା ବେଳେ ୩ ଜଣ ସାଉଦି ଆରବର ବାସିନ୍ଦା । ଆମେ କହିରଖୁଛୁ ଯେ ଚଳିତ ବର୍ଷ ମାର୍ଚ୍ଚରେ ୮୧ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି । ଏହି ୮୧ ଜଣଙ୍କ ମଧ୍ୟରେ ବହୁ ଲୋକ ଉଗ୍ରବାଦୀ ସଂଗଠନ ସହିତ ଜଡିଥିବା ନେଇ ସମସ୍ତଙ୍କୁ ମୃତ୍ୟ ଦଣ୍ଡ ଦିଆଯାଇଥିଲା ।

Leave A Reply

Your email address will not be published.