Latest Odisha News

BREAKING NEWS

ରାଜସ୍ଥାନରେ ବୁରାଡି ଘଟଣାର ପୁନରାବୃତ୍ତି, ଗୋଟିଏ ଘରୁ ମିଳିଲା ୬ ମୃତେଦହ

ନୂଆଦିଲ୍ଲୀ:  ଦିଲ୍ଲୀର ବୁରାଡି କାଣ୍ଡ ଘଟଣା  ଶୁଣିଲା ଏବେ ବି ଦେହ ଶୀତେଇ ଉଠେ । ଆଖି ଆଗକୁ ଚାଲି ଆସେ ସେହି ୧୦ ଜଣଙ୍କ ମୁହଁ । ଗୋଟିଏ ଘରେ ଏକାଥରକେ ଫାସିରେ ଝୁଲୁଥିଲେ ୧୦ଜଣ । ଏହି ଘଟଣା ଦିନେ ପୁରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ପୁଣି ଥରେ ସେହି ହୃଦୟଥରା ଘଟଣାର ପୁନରାବୃତ୍ତି ଘଟିଛି ।

ବୁରାଡି ମାମଲା ପରି ଆଉ ଏକ ମାମଲା ସାମ୍ନାକୁ ଆସିଛି ରାଜସ୍ଥାନ ଉଦୟପୁର ଜିଲ୍ଲାର ଗୋଗୁନ୍ଦା ତହସିଲ ଅନ୍ତର୍ଗତ ଗୋଲ ନେଡି ଗାଁରେ । ଏଠାରେ ଗୋଟିଏ ଘରେ ପରିବାରର ୪ ଜଣ ଫାସିରେ ଝୁଲୁଥିବା ବେଳେ ୬ ଜଣଙ୍କ ମୃତ ହେହ ମିଳିଛି । ମୃତକମାନେ ହେଲେ ଘରର ମୁଖିଆ ପ୍ରକାଶ ଗମେଟି, ତାଙ୍କ ପତ୍ନୀ ଦୁର୍ଗା ଗମେଟି, ୮ବର୍ଷର ପୁଅ ଗଣେଷ, ୫ବର୍ଷର ପୁଅ ପୁଷ୍କର, ୩ବର୍ଷର ପୁଅ ରୋଶନ ଏବଂ ମାତ୍ର ୩-୪ ମାସର ପୁଅ ଗଙ୍ଗାରାମ ।

ପ୍ରକାଶଙ୍କ ଘରକୁ ସକାଳୁ ସକାଳୁ ତାଙ୍କ ଭାଇ ଆସିଥିଲେ । ଘରର କବାଟ ବାଡେଇଥିଲେ ମଧ୍ୟ ଘରର କବାଟ କେହି ଖୋଲି ନଥିଲେ କି ଘର ଭିତରୁ କିଛି ଉତ୍ତର ମିଳି ନ ଥିଲା । ପରେ ପ୍ରକାଶଙ୍କ ଭାଇ କିଛି ଗଡବଡ ଥିବା ଭାବି ଗାଁ ଲୋକଙ୍କ ସହ ଘରର କବାଟ ଭାଙ୍ଗିଥିଲେ । କବାଟ ଭାଙ୍ଗିବା ପରେ ଘର ଭିତର ଦୃଶ୍ୟ ଗାଁ ଲୋକଙ୍କ ସହିତ ପ୍ରକାଶଙ୍କ ଭାଇଙ୍କର ହୋସ୍ ଉଡାଇ ଦେଇଥିଲା । ଘର ଭିତରେ ଝୁଲୁଥିଲା  ୪ଟି ମୃତ ଦେହ ଏବଂ ତଳେ ପଡ଼ିଥିଲା   ୨ଟି ମୃତ ଦେହ । ପରେ ପ୍ରକାଶଙ୍କର ଭାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳକୁ ଆସି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପରେ ଘଟଣାସ୍ଥଳରେ ଫୋରେନ୍ସିକ ଏବଂ ଡଗ୍ ସ୍କ୍ୱାଡ୍ ଟିମ ଆସି ଘଟଣାର ତଦନ୍ତ କରିଛନ୍ତି ।

ପୋଲିସର କହିବାନୁସାରେ ତଦନ୍ତରୁ ଜଣା ପଡୁଛି ଯେ ପ୍ରଥମେ ପ୍ରକାଶ ପ୍ରଥମେ ତାଙ୍କ ପତ୍ନୀ ଏବଂ ସବୁ ପୁଅଙ୍କୁ ହତ୍ୟା କରିଥିଲେ ଓ ପରେ ସେ ନିଜେ ଆତ୍ମହତ୍ୟା କରିଥିଲେ । କୁହାଯାଉଛି ଯେ ପ୍ରକାଶ ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ସେ ଗୁଜୁରାଟରେ କାମ କରି ପରିବାର ଚଳାନ୍ତି । ଏହା ସହ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା । ଏହି ଘଟଣା ପୁରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.