Latest Odisha News

BREAKING NEWS

ରଣଜୀ ଟ୍ରଫି କ୍ରିକେଟ: ବେଙ୍ଗଲକୁ ହରାଇ ଚାମ୍ପିୟନ ହେଲା ସୌରାଷ୍ଟ୍ର

କୋଲକାତା: ବେଙ୍ଗଲକୁ ୯ ୱିକେଟରେ ହରାଇ ସୌରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ହୋଇଛି । ଜୟଦେବ ଉନାଡକଟଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ଏହି ସଫଳତା ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୧୭୪ ରନ ଜବାବରେ ସୌରାଷ୍ଟ୍ର ୪୦୪ ରନ କରିଥିଲା । ଦ୍ୱିତୀୟ ଇନିଂସରେ ବି ବେଙ୍ଗଲ କିଛି ଖାସ କରିପାରି ନ ଥିଲା । ଦଳ ୨୪୧ ରନ କରି ଅଲଆଉଟ ହୋଇ ଯାଇଥିଲଶ । ମନୋଜ ତିୱାରୀ ୬୮ ଓ ଅନସ୍ତୁପ ମଜମୁଦାର ୬୧ରନ କରିଥିଲେ । ଉନାଡକଟ ୮୫ ରନରେ ୬ଟି ୱିକେଟ ହାସଲ କରି ବିପକ୍ଷ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଅନ୍ୟମାନେ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ସୌରାଷ୍ଟ୍ରକୁ ବିଜୟ ପାଇଁ ୧୨ ରନର ଟାର୍ଗେଟ ମିଳିଥିଲା । ଗୋଟିଏ ୱିକେଟ ହରାଇ ସେମାନେ ଏହାକୁ ହାସଲ କରି ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଉନାଡକଟଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳରେ ସାମିଲ କରାଯାଇଛି ।

Leave A Reply

Your email address will not be published.