Latest Odisha News

BREAKING NEWS

ଛୋଟ ପରଦାର ‘ଗୋପୀ ବୋହୁ’ଙ୍କୁ ମିଳୁନି କାମ

ମୁମ୍ବାଇ: ଛୋଟ ପରଦାର ‘ଗୋପୀ ବୋହୁ’ ଭାବେ ବେଶ୍ ପରିଚିତ ଜିଆ ମାନେକ୍ । ‘ସାଥ୍ ନିଭାନା ସାଥିଆ’ ଧାରାବାହିକରେ ଶାନ୍ତ ସରଳ ଓ ସଂସ୍କାରୀ ବୋହୂ ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ଜିଆଙ୍କୁ ଅନେକ ଟିଭି ଶୋ’ରେ ଦେଖିବାକୁ ମିଳିଥିଲେ ମଧ୍ୟ ‘ସାଥ୍ ନିଭାନା ସାଥିଆ’ ଧାରାବାହିକ ତାଙ୍କୁ ଘରେ ଘରେ ଲୋକପ୍ରିୟ କରିପାରିଥିଲା । ଏବେ ତାଙ୍କର ଛୋଟ ଛୋଟ ଭୁଲ ପାଇଁ ଅନେକ ନିର୍ମାତା ତାଙ୍କୁ କାମ ଦେବାକୁ ଚାହୁଁ ନ ଥିବା ଜଣାଯାଇଛି । ଦୀର୍ଘ ସମୟ ଧରି ପରଦାରୁ ଦୂରେଇ ରହିଥିବା ଜିଆଙ୍କ ଲୁକ୍ ଏବେ ବହୁତ ବଦଳି ଯାଇଛି ।

୧୯୮୬ ମସିହା ଫେବୃଆରୀ ୧୮ ତାରିଖରେ ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ଜିଆ ମାନେକ୍ । ୨୦୧୦ ମସିହାରେ ‘ସାଥ୍ ନିଭାନା ସାଥିଆ’ରେ ଶାନ୍ତସରଳ ଗୋପୀ ବୋହୁ ଭୂମିକାରେ ଅଭିନୟ କରିଥିଲେ । ଯାହା ତାଙ୍କୁ ରାତାରାତି ଲୋକପ୍ରିୟ କରିଦେଇଥିଲା । ୨୦୧୨ ମସିହାରେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ରିୟଲିଟି ସୋ ‘ଝଲକ୍ ଦିଖ୍‌ଲା ଜା’ରେ ଅଂଶ ଗ୍ରହଣ କରିଥିଲେ । ହେଲେ ଜିଆ ଏହି ରିୟଲିଟି ଶୋରେ ଭାଗ ନିଅନ୍ତୁ ବୋଲି ‘ସାଥ ନିଭାନା ସାଥିଆ’ ଧାରାବାହିକର ନିର୍ମାତା ଚାହୁଁ ନ ଥିଲେ । ଜିଆଙ୍କୁ ବାରଣ କରିବା ସତ୍ତ୍ୱେ ସେ ଚ୍ୟାନେଲ ବିରୋଧରେ ଯାଇ ଏହି ଶୋରେ ଭାଗ ନେଇଥିଲେ । ସେତେବେଳେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା । ଏମିତି କି ନିର୍ମାତା ତାଙ୍କୁ ନିର୍ଯାତନା ଦେଉଥିବା ପାଲଟା ଅଭିଯୋଗ କରିଥିଲେ ଜିଆ । ଜିଆଙ୍କ ଏପରି ମନ୍ତବ୍ୟକୁ ନେଇ ସେ ସମୟରେ ଟିଭି ଇଣ୍ଡଷ୍ଟ୍ରିଜ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ।

କେବଳ ଏତିକି ନୁହେଁ, ଜିଆ ଥରେ ତାଙ୍କ ମା ଏବଂ ସାଙ୍ଗମାନଙ୍କ ସହିତ ଏକ ପ୍ରସିଦ୍ଧ ହୁକା ବାରକୁ ଯାଇଥିଲେ । ଏହି ସମୟରେ ପୋଲିସ ଚଢାଉ କରିଥିଲା । ଏହି ଘଟଣାରେ ପୋଲିସ ଜିଆଙ୍କ ନାମରେ ମାମଲା ରୁଜୁ କରିବା ସହ ଥାନାକୁ ବି ନେଇଥିଲା । ପୋଲିସ ଜିଆଙ୍କୁ ଛାଡି ଦେଇଥିଲେ ବି ଏହା ତାଙ୍କ କ୍ୟାରିୟରକୁ ବରବାଦ କରିଦେଇଥିଲା । ଏହି ଘଟଣା ପରେ ଅନେକ ନିର୍ମାତା ତାଙ୍କୁ ରିଜେକ୍ଟ କରିଦେଇଥିଲେ । ଏହା ପରେ ତାଙ୍କୁ ନେଇ ଧାରାବାହିକ କରିବାକୁ ରିସ୍କ ନେଲେ ନାହିଁ ଅନେକ ପ୍ରଯୋଜକ ।
‘ଜିନି ୱର ଜୁଜୁ’, ‘ମନମୋହିନୀ’, ‘ତେରା ମେରା ସାଥ୍ ରହେ’ ଭଳି ଅନେକ ଧାରାବାହିକରେ ଅଭିନୟ କରିଥିଲେ ବି ଗୋପୀ ବୋହୁର ଲୋକପ୍ରିୟତା ଆଉ କେଉଁଠି ପାଇ ନାହାନ୍ତି ଜିଆ ।

Leave A Reply

Your email address will not be published.