Latest Odisha News

BREAKING NEWS

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

କଟକ: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟର ମୁଖ୍ୟ ବଚାରପତି ମହମ୍ମଦ ରଫିକ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହାକୁ ମିଶାଇ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା ।

ଅଧିକ ପଢନ୍ତୁ: ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ସାବିତ୍ରୀ ରଥ ପୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସ୍ୱର୍ଗତ ପ୍ରପୁଲ୍ଲ ରଥଙ୍କ କନ୍ୟା ଅଟନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜଷ୍ଟିସ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତ କରିଥିଲେ । ଏଥିସହିତ ସେ ଅମିଆ କୁମାରୀ ପାଢୀ ଓ ସଞ୍ଜୁ ପଣ୍ଡାଙ୍କ ପରେ ଓଡିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ହୋଇଛନ୍ତି ।

Comments are closed.