Latest Odisha News

BREAKING NEWS

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ

କଟକ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବରିଷ୍ଠ ମହିଳା ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତି ରୂପେ ନିଯୁକ୍ତ କରିଛନ୍ତି ।

କେନ୍ଦ୍ର ଆଇନ ଓ ନ୍ୟାୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେ ଜୁନ ୧୧ରେ ବିଚାରପତି ଭାବେ ଶପଥ ନେଇ ପାରନ୍ତି । ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା । କଲେଜିୟମ ପକ୍ଷରୁ ଜଷ୍ଟିସ ସାବିତ୍ରୀଙ୍କ ନାମ ସୁପାରିଶ ହୋଇଥିଲା ।

ସେ ପୂୂର୍ବତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରପୁଲ୍ଲ ରଥଙ୍କ କନ୍ୟା ।

Leave A Reply

Your email address will not be published.