Latest Odisha News

BREAKING NEWS

ନୀତୁଙ୍କ ପରେ ସ୍ୱିଟୀ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ବକ୍ସରଙ୍କ ପାଇଁ ଆଜି ଖୁସିର ଦିନ । ଦେଶର ଦୁଇ ଷ୍ଟାର ଖେଳାଳି ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ୨ଟି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀତୁ ଘଣସନ ୪୫ରୁ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ଜିତିବା ପରେ ସ୍ୱିଟୀ ବୁରା ୭୫ରୁ ୮୧ କିଗ୍ରା ବିଭାଗରେ ଏହି ସଫଳତା ଦୋହରାଇଛନ୍ତି । ଫାଇନାଲରେ ସ୍ୱିଟୀ ଚୀନର ଲିନା ୱାଗଙ୍କୁ ପରାସ୍ତ କରିଥିଲେ । ସ୍ୱିଟୀ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ୩-୨ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଥିଲେ । ମାତ୍ର ଏହା ପରେ ତାଙ୍କ ଚୀନ ପ୍ରତିଦ୍ୱନ୍ଦ୍ୱୀ ଚମତ୍କାର ପ୍ରଦର୍ଶନ କରି ସ୍ୱିଟୀ ଅସୁବିଧାରେ ପକାଇଥିଲେ । କଡା ସଂଘର୍ଷ ପରେ ଶେଷରେ ବାଜି ମାରିଥିଲେ ଭାରତୀୟ ବକ୍ସର ।

ରବିବାର ଭାରତର ଅନ୍ୟ ୨ ଷ୍ଟାର ବକ୍ସର ପୂର୍ବତନ ଚାମ୍ପିୟନ ନିଖତ ଜରୀନ ଓ ଲଭଲିନା ବୋରଗେହନ ସ୍ୱର୍ଣ୍ଣ ପଦକ ହାସଲ ନିମନ୍ତେ ଓହ୍ଲାଇବେ । ଉଭୟ ସେମାନଙ୍କ କାଟାଗୋରୀର ଫାଇନାଲରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.