Latest Odisha News

BREAKING NEWS

ଲିିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା : ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ ,ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର : ଶିଶୁପାଳଗଡ ଏଟିଏମ ଲୁଟ ଘଟଣା । ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଘଟଣା ସ୍ଥଳରୁ ଲୁଟରେ ବ୍ୟବହୃତ ପିକଅପ୍ ଭ୍ୟାନ ମଧ୍ୟ ଜବତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମେସିନ ମିଳିଥିବାବେଳେ ଏଟିଏମରୁ ପ୍ରାୟ ୨୩ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସି କଲୋନୀରେ ଥିବା ଏସବିଆଇ ଏଟିଏମ୍ ଲୁଟ କରି ନେଇଥିଲେ ଦୁର୍ବୃତ୍ତ । ମେସିନ ଭିତରେ ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କା ଥିଲା । ମେସିନର ଓଜନ ୩ କ୍ୱାଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି ।ହେଲେ ଏହି ଘଟଣା ନେଇ ଲୁଟେର।ଙ୍କୁ ଖୋଜୁଛି ପୋଲିସ ।

Leave A Reply

Your email address will not be published.