Latest Odisha News

BREAKING NEWS

ଏସବିଆଇ ଫିକ୍ସଡ଼ ଡ଼ିପୋଜିଟ ଉପରେ ସୁଧହାର ବୃଦ୍ଧି କଲା

ନୂଆଦିଲ୍ଲୀ : ଦେଶର ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ସ୍ଥାୟୀ ମିଆଦି ଜମାରାଶି (ଫିକ୍ସଡ଼ ଟର୍ମ ଡ଼ିପୋଜିଟ) ଉପରେ ୧୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ସୁଧହାର ବଢାଇଛି ।

ଏସବିଆଇ ସୂତ୍ରରୁ ଜଣାପଡ଼ିଛି, ନୂତନ ସୁଧହାର ଜୁଲାଇ ୩୦ ତାରିଖଠାରୁ ଚାଲୁ ହେବ ଏବଂ ଏହା ୧କୋଟିରୁ କମ୍ ରିଟେଲ୍ ଉପରେ ଜମା ଉପରେ ଲାଗୁ କରାଯିବ ।

ତେବେ ସଂଶୋଧିତ ସୁଧହାର ମଡ଼େଲରେ ୧ବର୍ଷରୁ ୨ବର୍ଷ ଯାଏଁ ଜମା ଉପରେ ୬.୬୫ ପ୍ରତିଶତ ପରିବର୍ତ୍ତେ ୬.୭% ସୁଧ ମିଳିପାରିବ । ୨ରୁ ୩ ବର୍ଷ ବିନିଯୋଗ ପାଇଁ ସଂଶୋଧିତ ସୁଧହାର ୭.୧୫% ପରିବର୍ତ୍ତେ ୭.୩% ପରିବର୍ତ୍ତନ ହୋଇଥିବା କଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ପଦତ୍ତ ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.