Latest Odisha News

BREAKING NEWS

ନାଳକୁ ବସ ଖସି ୨ଯାତ୍ରୀ ଆହତ, ଜଗଦ୍ଦଲପୁର-ଧର୍ମଗଡ଼ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ସୋନପୁର ଜିଲ୍ଲା ବୀରମହାରାଜପୁର ନିକଟବର୍ତ୍ତୀ ଚାନ୍ଦିଲି ରାଜପଥରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଜଗଦ୍ଦଲପୁରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଓଡ଼ିଶାର ଧର୍ମଗଡ଼ ଆସୁଥିଲା ଏକ ବସ । ଓଡ଼ିଶା ଛତିଶଗଡ଼ ସୀମାନ୍ତ ଗାଁ ଚାନ୍ଦିଲି ଠାରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ନାଳ ମଧ୍ୟକୁ ଖସି ପଡ଼ିଛି । ଫଳରେ ବସରେ ଥିବା ୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି ବୋଲି ସୂଚନା ମିଳିଛି । ଚିକିତ୍ସିତ ହେଉଥିବା ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରତର ରହିଛି । ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି ।

ଏହି ଦୁର୍ଘଟଣାଟି ଜଗଦ୍ଦଲପୁରରୁ ୨୨ କିମି ଦୂର ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗ୍ରାମ ଚାନ୍ଦିଲି ନିକଟରେ ଘଟିଥିବାର ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.