Latest Odisha News

BREAKING NEWS

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର: ସର୍ବନିମ୍ନ ଜମାରାଶି ଉପରୁ ହଟିଲା ଶୁଳ୍କ

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ।ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏହାର ସେଭିଙ୍ଗସ୍ ଆକାଉଣ୍ଟଧାରୀଙ୍କ ପାଇଁ ସର୍ବନିମ୍ନ ଜମାରାଶି ଉପରୁ ଶୁଳ୍କ ହଟାଇଦେଇଛନ୍ତି ।

ଏହାପୂର୍ବରୁ ଆକାଉଣ୍ଟଧାରୀମାନଙ୍କୁ ଯଥାକ୍ରମେ ମେଟ୍ରୋ, ସେମି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସର୍ବନିମ୍ନ ୩୦୦୦, ୨୦୦୦ ଏବଂ ୧୦୦୦ ଟଙ୍କା ବଜାୟ ରଖିବାକୁ ପଡୁଥିଲା।

ଏହି ମାସିକ ବାଲାନ୍ସର ରକ୍ଷଣାବେକ୍ଷଣ ନକରିବା ପାଇଁ ୫ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଥିଲା ।

ସଞ୍ଚୟ ଆକାଉଣ୍ଟରେ ପ୍ରାପ୍ତ ସୁଧ ବାର୍ଷିକ ୩ ପ୍ରତିଶତରେ ଯୁକ୍ତିଯୁକ୍ତ ହୋଇଛି ।

Leave A Reply

Your email address will not be published.