Latest Odisha News

BREAKING NEWS

ଭୋପାଳରେ ପହଞ୍ଚିବା ପୂର୍ବରୁ ସିନ୍ଧିଆଙ୍କୁ ବିରୋଧ; ପୋଷ୍ଟର ଫାଡିଲେ, କାଳି ବୋଳିଲେ

ଭୋପାଳ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଭୋପାଳରେ ଭବ୍ୟ ସ୍ୱାଗତ କରାଯିବ । ବିଜେପିର କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । କିନ୍ତୁ ଭୋପାଳରେ ଲାଗିଥିବା ଏହି ପୋଷ୍ଟର ଉପରେ କାଳି ବୋଳି ଦିଆଯାଇଛି ।

BjdElectrycity

ଗୁରୁବାର ଦିନ ଭୋପାଳ ପଲିଟେକନିକ ନିକଟରେ ଲାଗିଥିବା ପୋଷ୍ଟର ଗୁଡିକୁ ଫାଡି ଦିଆଯାଇଛି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫଟୋରେ କାଳି ଫୋପାଡି ଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଆଜି ଅପରାହ୍ନ ପାଖାପାଖି ୩ଟାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳରେ ପହଞ୍ଚିବେ । ଏୟାରପୋର୍ଟରୁ ତାଙ୍କ ଶିବିର ବିଜେପି ଦଳୀୟ କାର୍ଯ୍ୟାଳୟ ପହଞ୍ଚିବ । ଏହି ସମୟରେ ବିଜେପିର କାର୍ଯ୍ୟକର୍ତ୍ତା ତାଙ୍କ ସ୍ୱାଗତ ପାଇଁ ଉପସ୍ଥିତ ରହିବେ ।

Leave A Reply

Your email address will not be published.