Latest Odisha News

ଏସବିଆଇ ଫିକ୍ସଡ଼ ଡିପୋଜିଟ ସୁଧ ହାର ହ୍ରାସ କରିଛି, ଜାଣନ୍ତୁ ନୂଆ ହାର କ’ଣ ହୋଇଛି

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି । ଫିକ୍ସଡ଼ ଡିପୋଜିଟ ଉପରେ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖୁଚୁରା ଘରୋଇ ଟର୍ମ ଜମା ଉପରେ ୨ କୋଟିରୁ କମ୍ ଟଙ୍କା ଜମା ଉପରେ ୧ ରୁ ୨ ବର୍ଷ ପାଇଁ ୦.୨୦% ହ୍ରାସ କରିଛି। ଏହି ନୂତନ ସୁଧ ହାର ୧୦ ସେପ୍ଟେମ୍ବର ୨୦୨୦ ରୁ ଲାଗୁ ହୋଇଛି | ସୂଚନାଯୋଗ୍ୟ ଯେ,ଏହା ପୂର୍ବରୁ ମେ ୨୭ ରେ ବ୍ୟାଙ୍କ APD ର ସୁଧ ହାର ହ୍ରାସ କରିଥିଲା।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ନୂତନ ସୁଧ ହାର :

୭ ରୁ ୪୫ ଦିନ  ୨.୯୦ ପ୍ରତିଶତ
 ୪୬ ରୁ ୧୭୯ ଦିନ  ୩.୯୦ ପ୍ରତିଶତ
 ୧୮୦  ରୁ ୨୧୦ ଦିନ  ୪.୪୦ ପ୍ରତିଶତ
 ୨୧୧ ଦିନରୁ ୧ ବର୍ଷ  ୪.୪୦ ପ୍ରତିଶତ
 ୧ ରୁ ୨ ବର୍ଷ  ୪.୯୦ ପ୍ରତିଶତ
 ୨ ରୁ ୩ ବର୍ଷ  ୫.୧୦ ପ୍ରତିଶତ
 ୩ ରୁ ୫ ବର୍ଷ  ୫.୩୦ ପ୍ରତିଶତ
 ୫ ରୁ ୧୦ ବର୍ଷ  ୫.୪୦  ପ୍ରତିଶତ

ବରିଷ୍ଠ ନାଗରିକଙ୍କ ପାଇଁ ଏଗୁଡ଼ିକ ହେଉଛି ଫିକ୍ସଡ଼ ଡିପୋଜିଟ ସୁଧ ହାର :

୭ ରୁ ୪୫ ଦିନ  ୩.୪୦ ପ୍ରତିଶତ
 ୪୬ ରୁ ୧୭୯ ଦିନ  ୪.୪୦ ପ୍ରତିଶତ
 ୧୮୦ ରୁ ୨୧୦ ଦିନ  ୪.୯୦ ପ୍ରତିଶତ
 ୨୧୧ ଦିନରୁ ୧ ବର୍ଷ  ୪.୯୦ ପ୍ରତିଶତ
 ୧ ରୁ ୨ ବର୍ଷ  ୫.୪୦ ପ୍ରତିଶତ
 ୨ ରୁ ୩ ବର୍ଷ  ୫.୬୦ ପ୍ରତିଶତ
 ୩ ରୁ ୫ ବର୍ଷ  ୫.୮୦ ପ୍ରତିଶତ
 ୫ ରୁ ୧୦ ବର୍ଷ  ୬.୨୦ ପ୍ରତିଶତ

 

 

Leave A Reply

Your email address will not be published.