Latest Odisha News

ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂଙ୍କୁ କରୋନା

ଲକ୍ଷ୍ନୌ: ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବ ରାଜ୍ୟପାଳ କଲ୍ୟାଣ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ଏହା ପଜିଟିଭ ଆସିଛି । ଏହି ବରିଷ୍ଠ ନେତାଙ୍କୁ ସଞ୍ଜୟ ଗାନ୍ଧୀ ପିଜିଆଇ ଲକ୍ଷ୍ନୌ ଡାକ୍ତରଖାନରେ ଭର୍ତି କରାଯାଇଛି । ତାଙ୍କ ନାତି ତଥା ମନ୍ତ୍ରୀ ସନ୍ଦୀପ ସିଂ ସେ ସୁସ୍ଥ ଥିବା କଥା କହିଛନ୍ତି ।

ଉତରପ୍ରଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଯାହା କି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପୂର୍ବରୁ ଚେତନ ଚୌହ୍ୱାନ ଓ କମଲ ରାନୀ ବରୁଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.