Latest Odisha News

BREAKING NEWS

ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ଶୋ’ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରସିଦ୍ଧ ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ପୁଣି ଥରେ ’ଦି ରଣବୀର ଶୋ’ କରିବେ ରଣବୀର । ରଣବୀରଙ୍କୁ ଶୋ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଶୋ’ରେ ରଣବୀରଙ୍କୁ ଶାଳୀନତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ମଧ୍ୟରେ ଡିଜିଟାଲ କଣ୍ଟେଣ୍ଟ ପାଇଁ ମାର୍ଗଦର୍ଶିକା ଆଣିବାକୁ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ରଣବୀର ଆଲ୍ଲାହାବାଦିଆଙ୍କ ଓକିଲଙ୍କ ଅନୁରୋଧ କ୍ରମେ, କୋର୍ଟ ତାଙ୍କର ପୋଡକାଷ୍ଟ୍ ଶୁଟିଂ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ରଣବୀରଙ୍କ ପାଖରେ ଏକ ସର୍ତ୍ତ ରଖିଛନ୍ତି କୋର୍ଟ । ସର୍ତ୍ତ ଅନୁସାରେ ରଣବୀର ଶୋ’ରେ ତେବେ ନ୍ୟାୟାଳୟ ରଣବୀରଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ କୁହାଯାଇଛି, ଯେପରି ସେ ଭବିଷ୍ୟତରେ ତାଙ୍କର କାର୍ଯ୍ୟକ୍ରମରେ ଶିଷ୍ଟାଚାର ବଜାୟ ରଖିବେ, ଯାହାଦ୍ୱାରା ସମସ୍ତ ବର୍ଗର ଲୋକେ ଏହାକୁ ଦେଖିପାରିବେ। କୋର୍ଟ କହିଛନ୍ତି ଯେ ରଣବୀର ପ୍ରଥମେ ତଦନ୍ତରେ ଯୋଗଦେବା ଉଚିତ ଏବଂ ତା’ପରେ ତାଙ୍କୁ ବିଦେଶ ଯିବାକୁ ଅନୁମତି ଦେବା ପାଇଁ ଅନୁରୋଧ ଉପରେ ବିଚାର କରାଯିବ।

ରଣବୀର ଆଲ୍ଲାହାବାଦିଆଙ୍କ ପକ୍ଷ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ବିଚାରପତିମାନଙ୍କୁ କହିଥିଲେ, ‘ରଣବୀରଙ୍କ କୌଣସି ଶୋ’ ଉପସ୍ଥାପନ କରିବାରୁ ବନ୍ଦ କରାଯାଇଛି । ରଣବୀରଙ୍କ ସହିତ ୨୮୦ ଜଣ ଏହି କାର୍ଯ୍ୟକ୍ରମରେ ଜଡିତ ଅଛନ୍ତି। ଏହା ସେମାନଙ୍କ ଜୀବିକାର ପ୍ରଶ୍ନ। ଏହି ପ୍ରକାରର କମେଡି ଶୋ ବ୍ୟତୀତ, ସେ ଆହୁରି ଅନେକ କାର୍ଯ୍ୟକ୍ରମ ମଧ୍ୟ କରନ୍ତି। ତେଣୁ ତାଙ୍କ ପୋଡକାଷ୍ଟ ଶୁଟିଂ ପାଇଁ ତାଙ୍କୁ ଅନୁମତି ଦିଆଯାଉ ।

ସୂଚନାଯୋଗ୍ୟ, ବିଅର ବାଇସେପ୍ ନାମରେ ଲୋକପ୍ରିୟ ରଣବୀର ଆଲବାଦିଆ ଗତ ମାସରେ ଷ୍ଟାଣ୍ଡ ଅପ୍ କମେଡିଆନ ସମୟ ରାଇନାଙ୍କ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ’ରେ ଅଶାଳୀନ ମନ୍ତବ୍ୟ ବିବାଦ ଘେରକୁ ଆସିଥିଲେ। ଜଣେ ପ୍ରତିଯୋଗୀଙ୍କୁ ସେ ତାଙ୍କର ଅଭିଭାବକଙ୍କ ଯୌନ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଏବଂ ତାଙ୍କର ଘୋର ସମାଲୋଚନା କରାଯାଇଥିଲା। ରଣବୀର କ୍ଷମା ମାଗିବା ପରେ ଦେଶର ଅନେକ ରାଜ୍ୟରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏନେଇ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ସହଯୋଗ କରିବା ଏବଂ ବିନା ଅନୁମତିରେ ଦେଶ ଛାଡିବାକୁ ରୋକିବା ପାଇଁ କୋର୍ଟ ଆହ୍ଲାବାଦିଆଙ୍କୁ ତାଙ୍କ ପାସପୋର୍ଟ ଥାନେ ପୋଲିସ ପାଖରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.