ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି । ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ କରିଥିବା ପିଟିସନର ଶୁଣାଣି ହେବ । ଗତକାଲି ଶୁଣାଣି ବେଳେ ସମସ୍ତ ଚାରି ଦୋଷୀଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ କହିଥିଲେ କୋର୍ଟ । ଆଜି ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ରହିଥିଲା । ସେପଟେ ନର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ରହିଛି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ଡେଥ୍ ଓ୍ୱାରେଣ୍ଟ ବିରୋଧରେ ସ୍ଥଗିତାଦେଶ ଜାରି କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏହାପରେ ସୁପ୍ରିମକୋର୍ଟ ଯାଇଥିଲେ କେନ୍ଦ୍ର ସରକାର । ପୂର୍ବରୁ ଜାନୁଆରୀ ୨୨ତାରିଖରେ ଓ ପରେ ଫେବ୍ରୁଆରୀ ୧ ତାରିଖରେ ଦୁଇ ଦୁଇ ଥର ଘୁଞ୍ଚିଥିଲା ଡେଥ୍ ୱାରେ । ଏହା ଭିତରେ ତିନି ଜଣ ଦୋଷୀ ମୁକେଶ, ଅକ୍ଷୟ ଓ ବିନୟର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୧୨ ମସିହାରେ ଘଟିଥିଲା ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ।
BREAKING NEWS
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
Comments are closed.