Latest Odisha News

BREAKING NEWS

ଫେବ୍ରୁଆରୀ ୨୨ରେ ଆଇଆଇଏମ ବେଙ୍ଗାଳୁରୁର ଅନ୍ତର୍ଜାତୀୟ ସମ୍ମିଳନୀ

ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଗୋଟିଏ ଛାତ ତଳେ ବଡ ବଡ ଉଦ୍ୟୋଗପତି, ନୀତି ନିର୍ଦ୍ଧାରକ ଏବଂ ବିଶାରଦ ମାନେ ଏକାଠି ହୋଇ ସଂପ୍ରତି ବିମାନ ଚଳାଚଳରେ ଉପୁଜୁଥିବା ସମସ୍ୟା, ଚ୍ୟାଲେଂଜ ଏବଂ ଭବିଷ୍ୟତ ବାବଦରେ ଆଲୋଚନା କରିବେ । ଆଇଆଇଏମ୍ ବେଙ୍ଗାଳୁରୁର ନିର୍ଦ୍ଦେଶକ ଜି.ରଘୁରାମ ସମ୍ମିଳନୀର ଉଦଘାଟନ କରିବେ । ଶିକ୍ଷା କାର୍ଯ୍ୟକ୍ରମରେ ବିମାନ ଚଳାଚଳକୁ ନେଇ ଏକ ସାଧାରଣ ପରିଚାଳନା କାର୍ଯ୍ୟକ୍ରମ ସାମିଲ କରିବାକୁ ଆଇଆଇଏମ୍ ଓ ଟିବିଏସ୍ ପ୍ରସ୍ତାବ ଦେଇଛନ୍ତି ।
ବିମାନ ଚଳାଚଳ ସହ ସଂପୃକ୍ତ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ସଚେତନତା ସୃଷ୍ଟି କରିବା ସହ ଏହିକ୍ଷେତ୍ରରେ ରହିଥିବା ସୁଯୋଗ ଏବଂ ଚ୍ୟାଲେଂଜ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଆଇଆଇଏମ୍ ପ୍ରଫେସର ଏସ ରଘୁନାଥ କହିଛନ୍ତି । ସମ୍ମିଳନୀରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଅମ୍ବର ଦୁବେ, ଏୟାର ଏସିଆ ସିିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ ଭାସ୍କରନଙ୍କ ସମେତ ଅନେକ ଉଦ୍ୟୋଗପତି ଓ ବରିଷ୍ଠ ଅଧିକାରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.