Latest Odisha News

BREAKING NEWS

ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ଓ ପଟିଆଲା ହାଉସ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି । ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ କରିଥିବା ପିଟିସନର ଶୁଣାଣି ହେବ । ଗତକାଲି ଶୁଣାଣି ବେଳେ ସମସ୍ତ ଚାରି ଦୋଷୀଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ କହିଥିଲେ କୋର୍ଟ । ଆଜି ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ରହିଥିଲା । ସେପଟେ ନର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ରହିଛି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ଡେଥ୍ ଓ୍ୱାରେଣ୍ଟ ବିରୋଧରେ ସ୍ଥଗିତାଦେଶ ଜାରି କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏହାପରେ ସୁପ୍ରିମକୋର୍ଟ ଯାଇଥିଲେ କେନ୍ଦ୍ର ସରକାର । ପୂର୍ବରୁ ଜାନୁଆରୀ ୨୨ତାରିଖରେ ଓ ପରେ ଫେବ୍ରୁଆରୀ ୧ ତାରିଖରେ ଦୁଇ ଦୁଇ ଥର ଘୁଞ୍ଚିଥିଲା ଡେଥ୍ ୱାରେ । ଏହା ଭିତରେ ତିନି ଜଣ ଦୋଷୀ ମୁକେଶ, ଅକ୍ଷୟ ଓ ବିନୟର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୧୨ ମସିହାରେ ଘଟିଥିଲା ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ।

Leave A Reply

Your email address will not be published.