କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଣେ ଆଇନଜୀବୀ ଓ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଆଉ ଏହି ଦୁଇ ଜଣ ହେଉଛନ୍ତି ଓଡ଼ିଆ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ପ୍ରସ୍ତାବ ଦିଆଯାଇଛି।
ସୁପ୍ରିମକୋର୍ଟଙ୍କ ଓ୍ୱେବସାଇଟରେ ପୋଷ୍ଟ କରାୟାଇଥିବା ଏହାର ସଙ୍କଳ୍ପରେ କଲେଜିୟମ ଉଲ୍ଲେଖ କରିଛନ୍ତି ଯେ ସରକାର ଉଭୟ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଗୁଣ ଉପରେ ସକରାତ୍ମକ ମତାମତ ପ୍ରଦାନ କରିଛନ୍ତି।
ଆଇନଜୀବୀ ଶିବ ଶଙ୍କର ମିଶ୍ରଙ୍କ ସମ୍ପର୍କରେ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ, ସେ କୋର୍ଟରେ 30 ବର୍ଷ କାମ କରିବା ସହ ଓଡ଼ିଶା ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଓକିଲ ଭାବେ ଭୂମିକା ନିର୍ବାହ କରିଛନ୍ତି। ଶିବ ମିଶ୍ର ସିଭିଲ, କ୍ରିମିନାଲ ଏବଂ ଆଇନର ବିଶେଷଜ୍ଞ। ସୁପ୍ରିମକୋର୍ଟରେ ଓକିଲାତି କରିବା କରିବା ସହ ଓଡିଶା ସରକାର ପାଇଁ ପକ୍ଷ ରଖିଛନ୍ତି। ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାରେ ବିଭିନ୍ନ ନ୍ୟାୟିକ ପଦପଦବୀରେ କାମ କରିଥିବା ସୂଚନା ରହିଛି।
Comments are closed.