Latest Odisha News

BREAKING NEWS

ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଅବମାନନା ନୋଟିସ୍‌ ଜାରି

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତା ତାନେଜାଙ୍କ ଅଡୁଆ ବଢୁଥିବା ନଜର ଆସିଛି। ସୁପ୍ରିମକୋର୍ଟ କୁନାଲ କାମ୍ରା ଏବଂ ରଚିତା ତନେଜାଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟର ବିଚାରପତିଙ୍କ ବିରୋଧରେ କୁନାଲ କାମ୍ରା ଏବଂ ରଚିତା ତନେଜା ଅପମାନଜନକ ଭାଷା ବ୍ୟବହାର କରିଥିଲେ।

କାମ୍ରାଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନ ମଧ୍ୟରୁ ଗୋଟିଏକୁ ଶ୍ରୀରଙ୍ଗ କଟ୍‌ନ‌େସ୍ୱର୍କର ଦାଖଲ କରିଛନ୍ତି। ଉଲ୍ଲେଖ ଥାଉ କି, ନଭେମ୍ବର ୧୧ରେ, କାମ୍ରା ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ବିରୋଧରେ ଅପମାନଜନକ ଟ୍ୱିଟ୍ କରିଥିଲେ। ସେ ଏହି ଟ୍ୱିଟ୍ ସେତେବେଳେ କରିଥିଲେ ଯେତେବେଳେ ୨୦୧୮ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ବମ୍ବେ ହାଇକୋର୍ଟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ସୂଚନାଯୋଗ୍ୟ, ଗୁରୁବାର ଦିନ କଟ୍‌ନ‌େସ୍ୱର୍କର କହିଛନ୍ତି ଯେ ଏହି ସମସ୍ତ ଟ୍ୱିଟ୍ ଅପମାନଜନକ ଏବଂ ଆମେ ଏହି ମାମଲାରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଆଟର୍ଣ୍ଣି ଜେନେରାଲ୍ କେ.କେ ଭେନୁଗୋପାଲଙ୍କ ଠାରୁ ଅନୁମତି ମାଗିଛୁ। ଅନ୍ୟପକ୍ଷରେ ଆପତ୍ତିଜନକ ଟ୍ୱିଟ ଯୋଗୁଁ ଆଟର୍ଣ୍ଣି ଜେନେରାଲ ରଚିତା ତନେଜାଙ୍କ ବିରୋଧରେ ଅପରାଧିକ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଆବେଦନ କରିଥିବା ଆବେଦନ ଉପରେ ମଧ୍ୟ ଅନୁମୋଦନ ଦେଇଛନ୍ତି। ସୂଚନା ଥାଉ କି, ଯେ ଯଦି ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯାଏ, ତେବେ ଅବମାନନା ଅଧିନିୟମ -୧୯୭୧ ର ଧାରା ୧୫ ଅନୁଯାୟୀ କୋର୍ଟ ଆଟର୍ଣ୍ଣି ଜେନେରାଲ କିମ୍ବା ସଲିସିଟର ଜେନେରାଲଙ୍କ ସହମତି ଲୋଡ଼ିବାକୁ ପଡିଥାଏ। ଏହା ବିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ନୁହେଁ।

Leave A Reply

Your email address will not be published.