Latest Odisha News

BREAKING NEWS

ସୁପରଟେକର ୪୦ ମହଲା କୋଠା ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୋଏଡା: ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ ଦ୍ୱାରା ନିର୍ମିତ ଏକ ୪୦ ମହଲା କୋଠାକୁ ଭାଙ୍ଗିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉତରପ୍ରଦେଶର କେତେକ ସରକାରୀ ଅଧିକାରୀ ଏବଂ ସମ୍ପୃକ୍ତ କମ୍ପାନୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି କୋଠା ପ୍ରସ୍ତୁତ କରିଥିବା ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବଂ ଏମଆର ଶାହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

୨ ମାସ ମଧ୍ୟରେ ଏହି ଟୁଇନ ଟାୱାର (ଟି୧୬, ଟି୧୭)କୁ ଭଙ୍ଗାଯିବା ସହ ଲୋକଙ୍କୁ ସେମାନଙ୍କର ଟଙ୍କା ୧୨ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ କୋର୍ଟ କହିଛନ୍ତି । ଏହାର ଭଙ୍ଗାଯିବା ଖର୍ଚ୍ଚ ବି କମ୍ପାନୀ ବହନ କରିବ ବୋଲି କୋର୍ଟ କହିଛନ୍ତି । ଦୁଇ ଟାୱାରରେ ୪୦ ମହଲା ରହିଛି ଏବଂ ଫ୍ଲାଟ ସଂଖ୍ୟ ୨ ହଜାର ହେବ । ୨୦୧୪ରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.