Latest Odisha News

BREAKING NEWS

ବୁଲଡୋଜର ଆକ୍ସନ ନେଇ ବର୍ଷିଲେ ସୁପ୍ରିମକୋର୍ଟ, ଘର ଭାଙ୍ଗିଥିବା ଲୋକଙ୍କୁ ଦିଅ ୨୫ ଲକ୍ଷ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନ  ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ୟୁପିର ମହାରାଜଗଞ୍ଜ ଜିଲ୍ଲାରେ ରାସ୍ତାକୁ ଅଧିକ ଚଉଡା କରିବା ପାଇଁ ବୁଲଡୋଜର ଦ୍ୱାରା ଘର ଭାଙ୍ଗି ଦିଆଯାଇଥିଲା।

ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ୟୁପି ସରକାର ଯେଉଁ ମାନଙ୍କର ଘର ଭାଙ୍ଗି ଦେଇଛନ୍ତି ସେମାନଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଦେବେ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଯେ ତୁମେ କହୁଛ ୩. ୭ ବର୍ଗ ମିଟରର ଜବରଦଖଲ ହୋଇଥିଲା। ତେବେ ଏହାର କୌଣସି ପ୍ରମାଣପତ୍ର ଦିଆଯାଇନାହିଁ। ତାପରେ ବି ଲୋକଙ୍କ ଘରେ ପଶି ଏହିପରି ଭାବରେ ଘର ଭାଙ୍ଗିବା ବିଶୃଙ୍ଖଳା ଅଟେ।

Comments are closed.