Latest Odisha News

BREAKING NEWS

ଶଶି ଥରୁର ଓ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶିଶ ଥରୁର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ୫ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏମାନେ ସମସ୍ତେ ଟ୍ରାକ୍ଟର ରାଲି ବେଳେ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ କରି ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିଭିନ୍ନ ରାଜ୍ୟରେ ଏମାନଙ୍କ ନାଁରେ ଦେଶଦ୍ରୋହ ଭଳି ମାମଲା ମଧ୍ୟ ରୁଜୁ କରାଯାଇଥିଲା ।

BjdElectrycity

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ଜବାବ ତଲବ କରିଛନ୍ତି। ନୋଟିସ୍‌ ଜାରି କରିବା ବେଳେ ଶଶି ଥରୁରଙ୍କ ଓକିଲ କପିଲ ଶିବଲ ପରବର୍ତ୍ତୀ ଶୁଣାଣି ଯାଏ ପୋଲିସ୍‌ କୌଣସି ଗିରଫଦାରୀ ନ କରିବା ଦରକାର ବୋଲି ନିବେଦନ କରିଥିଲେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.