Latest Odisha News

BREAKING NEWS

‘ରାଫେଲ୍ ଯୁଦ୍ଧବିମାନ’ ମାମଲାରେ କେନ୍ଦ୍ରକୁ ଝଟକା, ସୁପ୍ରିମକୋର୍ଟରେ ହେବ ପୁନର୍ବାର ଶୁଣାଣି

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ଯୁଦ୍ଧବିମାନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବୀଜ ଲିକ୍ ହୋଇଥିବା ବେଇ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ମାମଲା ଉପରେ ସରକାର ଆପତ୍ତି ଉଠାଇଥିଲେ, ମାତ୍ର ଏନେଇ କେନ୍ଦ୍ର ସରକାର କରିଥିବା ପିଟିସନକୁ ବୁଧବାର ଦିନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ବୋଲି ଏନଡିଟିଭି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆବେଦନକାରୀ ମାନଙ୍କ ପକ୍ଷରୁ ଗଣମାଧ୍ୟମରେ ଦିଆଯାଇଥିବା ୩ଟି ଦସ୍ତାବୀଜକୁ ପିଟିସନର ଶୁଣାଣୀ ଲାଗି ଅଦାଲତ ପ୍ରମାଣ ସ୍ୱରୂପ ଗ୍ରହଣ କରିଛନ୍ତି । ଏଠାରେ ଉଲ୍ଲେଖ ଏହି ସମ୍ପର୍କରେ ଡିସେମ୍ବର ମାସରେ ଶୁଣାଣୀ ସର୍ବୋଚ୍ଚ ନ୍ୟାୟାଳୟ ନରେନ୍ଦ୍ର ମୋଦିଙ୍କ ସରକାରକୁ ଏହି ରାଫେଲ ଚୁକ୍ତି ମାମଲାରେ କ୍ଲିନ୍ ଚିଟ୍ ଦେଇଥିଲେ ।

ବୁଧବାର ଦିନ ଅଦାଲତ ଦେଇଥିବା ନିଷ୍ପତ୍ତି ନିରପେକ୍ଷ ଗଣମାଧ୍ୟମ ଲାଗି ଏକ ବିରାଟ ବିଜୟ ସୂଚକ ଦିନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁୁରୁତ୍ୱପୂର୍ଣ୍ଣ କାଗଜପତ୍ର ନିଖୋଜ ହେବା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ଚୁକ୍ତିରେ ହସ୍ତକ୍ଷେପ ସମ୍ପର୍କୀୟ ଖବର ଦୈନିକ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ରେ ପ୍ରକାଶିତ ହୋଇଥିଲା । ଏହି ଦସ୍ତାବିଜକୁ ଦୃଷ୍ଟିରେ ରଖି ପିଟିସନର ତର୍ଜମା କରି ପୁନର୍ବାର ଶୁଣାଣି କରିବାକୁ ଅଦାଲଦ ନିର୍ଦ୍ଦେଶ ଦେଇଛନ୍ତି ।

ଏସମ୍ପର୍କରେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରି କୁହାଯାଇଥିଲା, ଯେହେତୁ ଏହା ଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥା ଗୁପ୍ତ କାଗଜପତ୍ର ଏବଂ ଏହାକୁ ସର୍ବସାଧାରଣରେ ପ୍ରକାଶ କରିଥିବା ବ୍ୟକ୍ତିବିଶେଷଙ୍କୁ ଚୋରୀ ଅପରାଧରେ ଦଣ୍ଡିତ କରିବା ଆବଶ୍ୟକ ତଥା ଏନେଇ ଅଦାଲତ ନିଷ୍ପତ୍ତି ନେବା ଆବଶ୍ୟକ । ମାତ୍ର ବୁଧବାର ଦିନ କେନ୍ଦ୍ରର ଏହି ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

Leave A Reply

Your email address will not be published.