ମୁମ୍ବାଇ: ପ୍ରତିଭାବାନ ଅଭିନେତା ପ୍ରତୀକ ଗାନ୍ଧୀ । ସ୍କାମ୍ 1992: ଦ ହର୍ଷଦ୍ ମେହତା ଷ୍ଟୋରୀ ଭଳି ୱେବ୍ ସିରିଜରେ ତାଙ୍କ ଦମ୍ଦାର ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଖାଲି ଅଭିନୟ ନୁହେଁ ବରଂ ଏହି ୱେବ୍ ସିରିଜ୍ ଜରିଆରେ ପ୍ରତୀକ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଶେଷରେ ଏହି ୱେବ୍ ସିରିଜ ହିଁ ପ୍ରତୀକଙ୍କୁ ବଲିଉଡରେ ପ୍ରବେଶ କରାଇଛି ।
ବଲିଉଡ ଫିଲ୍ମ ରାବଣ ଲିଲାରେ ଡେବ୍ୟୁ କରିବେ ପ୍ରତୀକ ଗାନ୍ଧୀ । ଏ ନେଇ ଖୋଦ ପ୍ରତୀକ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ବି ସେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ହାର୍ଦ୍ଦିକ ଗଜ୍ଜର ସମ୍ଭଳିଥିବାବେଳେ ଫିମେଲ୍ ଲିଡ୍ ରୋଲରେ ନଜର ଆସିବେ ଐନ୍ଦ୍ରିତା ରାୟ ।
This Diwali brings a special bonus for me. My first hindi feature film is going to be my next release. #Ravanleela directed by @gajjarhardik @PenMovies @AindritaR @backbencherpict #hardikgajjarfilm pic.twitter.com/Ie5xvKOp8y
— Pratik Gandhi (@pratikg80) November 13, 2020
ବଲିଉଡ ପାଇଁ ନୂଆ ଚେହେରା ଥିଲେ ବି ଗୁଜରାଟି ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରତୀକ ଖୁବ ପପୁଲାର । ଅନେକ ଡ୍ରାମା ଓ ଗୁଜରାଟି ଫିଲ୍ମରେ ସେ ନିଜର ନିଖୁଣ ଅଭିନୟର ଝଲକ ଦେଖାଇ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି ।
Comments are closed.