ଭୁବନେଶ୍ବର:ଧଉଳି ଅଞ୍ଚଳରେ ବଡ଼ ସାଇବର ଠକେଇ ଅଭିଯୋଗ । ଶୁକ୍ରବାର ଜଣେ ବ୍ୟକ୍ତି ପେଟ୍ରୋଲ ଟାଙ୍କିରେ ତେଲ ପକାଇବା ପରେ ପେମେଣ୍ଟ ଦେବା ସମୟରେ କ୍ୟୁଆର୍ ସ୍କାନିଂ କରିଥିଲେ କିନ୍ତୁ ଆକଆକାଉଣ୍ଟରୁ କଟିଗଲା ୯୫ ହଜାର ଟଙ୍କା । ସୂଚନାଥାଉକି, ବାଳକାଟି ଫାଣ୍ଡି ଅଠରଘରିଆ ସାହିର ସୁନାକର ସାହୁ ଶୁକ୍ରବାର ଅପରାହ୍ଣ ସାଢେ ୧ ଟାରୁ ୨ଟା ମଧ୍ୟରେ ଏହି ଥାନା ନୂଆଗାଁ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ୬୦୦ ଟଙ୍କାର ପେଟ୍ରୋଲ ପକାଇଥିଲେ ।
ଅଭିଯୋଗ ଅନୁଯାୟୀ, ପେଟ୍ରୋଲ ପକାଇବା ପରେ ସେଠାର କର୍ମଚାରୀ ଦେଇଥିବା ବାରକୋର୍ଡରେ ଫୋନ-ପେ’ ଦ୍ବାରା ପଇସା ପଠାଉଥିଲେ । ଏହି ସମୟରେ ତାଙ୍କର ଫୋନ ହ୍ୟାଙ୍ଗ ହୋଇଥିଲା । ଫୋନ ଖୋଲିବାରେ ବିଳମ୍ବ ହେବାରୁ ସୁନାକର ଏଟିଏମରୁ ୬୦୦ ଟଙ୍କା ଉଠାଇ କର୍ମଚାରୀଙ୍କୁ ଦେଲେ । କିନ୍ତୁ ସେ ହ୍ୟାଙ୍ଗ ଫୋନ୍ ବନ୍ଦ କରି ଖୋଲିବା ପରେ ତାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଉଠିଥିବା ମେସେଜ ଆସିଥିଲା । ସେ ଫୋନ-ପେ ଚେକ୍ କରିବା ପରେ ଏହି ଟଙ୍କା ଉଠାଇବାକୁ ସାଇବର ଠକମାନେ ୩ଥର ପ୍ରୟାସ କରିଥିବା ଜାଣିବାକୁ ପାଇଥିଲେ ।
ଏନେଇ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁନାକର ସାହୁ । ପୋଲିସ ତାଙ୍କୁ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
