Latest Odisha News

BREAKING NEWS

ବ୍ରହ୍ମପୁର କଲେଜରେ ଏସସିବି ଓ ଭୀମସାର ଡାକ୍ତରୀ ଛାତ୍ରଛାତ୍ରୀ ମାଡ଼ ଅଭିଯୋଗ

କଟକ: ବ୍ରହ୍ମପୁର ମେଡିକାଲ କଲେଜରେ କଟକ ବଡ଼ ମେଡିକାଲର ଡାକ୍ତର ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏସସିବି ସମେତ ଭୀମସାର ଡାକ୍ତରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ପ୍ରତିବର୍ଷ ମେଡିକାଲ କଲେଜ ଗୁଡ଼ିକୁ ନେଇ ଆୟୋଜିତ ହୋଇଥାଏ ଡ୍ୟୁଟି ମିଟ୍ କାର୍ଯ୍ୟକ୍ରମ । ଏନେଇ ଚଳିତବର୍ଷ ବ୍ରହ୍ମପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଏସସିବି ଓ ଭୀମସାର ଡାକ୍ତରୀ ଛାତ୍ରଛାତ୍ରୀ ଯୋଗଦେବାକୁ ଆସିଥିଲେ ।

ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିବା ବାହାନାରେ ଏହି ଦୁଇ କଲଲେଜର ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

 

Comments are closed.