Latest Odisha News

BREAKING NEWS

ଜଗା-କାଳିଆଙ୍କୁ ଚିକିତ୍ସା କରିବେ ଏସସିବିର ଏକ ସ୍ୱତନ୍ତ୍ର ଟିମ୍

କଟକ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିବା ଯାଆଁଳା ଶିଶୁ ଜଗା-କାଳିଆ ସେଠାରୁ ଡ଼ିସଚାର୍ଜ ହେବାପରେ କଟକ ଏସସିବିର ଏକ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଚିକିତ୍ସା କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି ।

କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଏମରଜେନ୍ସି ଅଧିକାରୀ ଡ଼ାଃ ଭୁବନାନନ୍ଦ ମହରାରଣା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସାଂସଦ ଓ ବିଧାୟକମାନଙ୍କ ଲାଗି ସଂରକ୍ଷିତ ରହିଥିବା କ୍ୟାବିନରେ ରହି ଚିକିତ୍ସିତ ହେବେ ଯାଆଁଳା ଶିଶୁ ଜଗା-କାଳିଆ । ଏହି ଦୁଇଜଣ ନ୍ୟୁରୋ ସର୍ଜରୀ ବିଭାଗରେ ରହି ଚିକିତ୍ସିତ ହେବା କଥା କହିଛନ୍ତି ଡ଼ାକ୍ତର ମହାରଣା ।

ଜଗା-କାଳିଆଙ୍କୁ ଚିକିତ୍ସିତ କରିବାକୁ ଯେଉଁ ୯ ଜଣିଆ ଟିମ୍ ଗଠିତ ହୋଇଛି, ସେଥିରେ ରହିଛନ୍ତି ନ୍ୟୁରୋ ସର୍ଜରୀ, ସର୍ଜରୀ ଏବଂ ଶିଶୁରୋଗ ବିଭାଗର ବିଶେଷଜ୍ଞ ଡ଼ାକ୍ତର ।

ନୂଅଦିଲ୍ଲୀ ଏମ୍ସରେ ଏହି ଯାଆଁଳା ଶିଶୁଦ୍ୱୟଙ୍କୁ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଦିଆ ନଯିବା ହେତୁ ରାଜ୍ୟ ସରକାର ବାଧ୍ୟହୋଇ କଟକରେ ଚିକିତ୍ସା କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.