Latest Odisha News

ହତ୍ୟା ପରେ ମୁଣ୍ଡକାଟ ମାମଲା: ଆଜି ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ୍ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ପରେ ମୁଣ୍ଡକାଟ କରି ଫୋପାଡିବା ଘଟଣାରେ ଆଜି ପୋଲିସ ସିନ୍ ରିକ୍ରିଏଟ ଆରମ୍ଭ ହୋଇଛି। ଦୁଇ ଅଭିଯୁକ୍ତ ସଞ୍ଜୟ ଦାସ ଓ ଚନ୍ଦୁଙ୍କୁ ନେଇ ତାତ୍ରପଡାର ଫୁଲେଶ୍ୱରୀ ବସ୍ତିରେ ସିନ ରିକ୍ରିଏଟ କରୁଛି । ଏହିଠାରେ କିପରି ହତ୍ୟାକାରୀ ମୃତ ପୁଷ୍ପଲତାକୁ ହତ୍ୟା କଲେ ଓ ହତ୍ୟା ପରେ ବଲେରୋରେ କିପରି ନେଲେ ସେ ନେଇ ପୋଲିସ ଟିକନିଖ୍ ଖବର ନେଉଛି ।
ଗତକାଲି ପୋଲିସ ଏହି ୨ ଅଭିଯୁକ୍ତଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେଇଛି ।

ପୋଲିସ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଚାହିଁ ଥିବା ବେଳେ ଜେଏମଏଫସି କୋର୍ଟ ୩ ଦିନ ପାଇଁ ରମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

ଗତ ଶୁକ୍ରବାର କଟାମୁଣ୍ଡ ମାମଲାରେ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଭରତପୁର ଜଙ୍ଗଲରୁ ମିଳିଥିଲା ମହିଳାଙ୍କ କଟାମୁଣ୍ଡ । ଗତ ୪ ତାରିଖରେ ପୁଷ୍ପଲତାଙ୍କୁ ହତ୍ୟା କରିବା ପରେ ଅନ୍ଧାରୁଆ-ଦାସପୁର ରାସ୍ତା ମୃତଦେହକୁ ପିଙ୍ଗି ଦେଇଥିଲା । ତେବେ ପରିଚୟ ନଷ୍ଟ କରିବା ପାଇଁ ଅଭିଯୁକ୍ତ ମୃତ ପୁଷ୍ପଲତାଙ୍କ ମୁଣ୍ଡ କାଟି ଭରତପୁର ଜଙ୍ଗଲରେ ଫୋପାଡି ଦେଇଥିଲେ । ଘଟଣାର ୮ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ କରିଥିଲା ପୋଲିସ ।

Leave A Reply

Your email address will not be published.