Latest Odisha News

BREAKING NEWS

ମହାବିନାଶକ ଅଣ୍ଡର ୱାଟର ଡ୍ରୋନ ପ୍ରସ୍ତୁତ କଲା ରୁଷିଆ, ଖୁବ୍ ଶୀଘ୍ର ହେବ ପରୀକ୍ଷଣ

ମସ୍କୋ: ଆମେରିକା ଏବଂ ଅନ୍ୟ ନାଟୋ ଦେଶଗୁଡିକ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ପରେ ରୁଷ ଏବେ ଏକ ମହାବିନାଶକ ଅଣ୍ଡରୱାଟର ଡ୍ରୋନ ପ୍ରସ୍ତୁତ କରିଛି । ପାଣି ଭିତରେ ଯାଇପାରୁଥିବା ଏହି ପୋସାଇଡନ ଡ୍ରୋନ ବିମାନ ଅନ୍ୟ ଦେଶ ବିଶେଷ କରି ଆମେରିକା ପାଇଁ ଚିନ୍ତାର କାରଣ ସାଜିଛି । ପରମାଣୁ ଉର୍ଜାରେ ଗତି କରୁଥିବା ରୁଷ ପ୍ରୋଜେକ୍ଟ ୦୯୮୫୨ ସବମାରିନ ବେଲଗୋରେଡରେ ନିୟୋଜିତ କରାଯାଇଛି । ରୁଷ ରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସମୁଦ୍ର ପରୀକ୍ଷଣ ସଫଳ ହୋଇଥିବା କହିଛନ୍ତି ।

୨୦୨୭ ସୁଦ୍ଧା ୩୦ ପୋସାଇଡେନ ଡ୍ରୋନ ସେନାରେ ସାମିଲ କରିବା ଲକ୍ଷ୍ୟରେ ରହିଛି । ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍ କହିଛନ୍ତି ଗୋଟିଏ ମହାଦ୍ୱୀପରୁ ଅନ୍ୟ ମହାଦ୍ୱୀପ ପର୍ଯ୍ୟନ୍ତ ଏହାକୁ ମାଡ କରାଯାଇ ପାରିବ । ଏହାର ସ୍ପିଡ କାଲକୁଶେନ ଆକ୍ୟୁରେସି ରୁଷ ସ୍ପଷ୍ଟ କରିନି । ଏଥିରୁ ଉଭୟ ପରମ୍ପରାଗତ ଓ ପରମାଣୁ କ୍ଷେପଣ କରାଯାଇ ପାରିବ ।

Leave A Reply

Your email address will not be published.