ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ ଦଳ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବାଂଲାଦେଶ ଗସ୍ତ କରିବ। ଏଥିପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ମ୍ୟାଚ୍ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ସମସ୍ତ ମ୍ୟାଚ ମିରପୁର ଏବଂ ଚିଟାଗଙ୍ଗରେ ଅଗଷ୍ଟ ୧୭ ରୁ ୩୧ ପର୍ଯ୍ୟନ୍ତ ଖେଳାଯିବ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥବା ଏକ ଦିବସୀୟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଯଥାକ୍ରମେ ଅଗଷ୍ଟ ୧୭ ଏବଂ ୨୦ରେ ମିରପୁରରେ ଖେଳାଯିବ ଓ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୩ରେ ଚିଟାଗଙ୍ଗରେ ଖେଳାଯିବ। ଅପରପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୬ ଅଗଷ୍ଟରେ ଚିଟାଗଙ୍ଗରେ ଏବଂ ଦ୍ୱିତୀୟ ମ୍ୟାଚ୍ ୨୯ ଅଗଷ୍ଟ ଓ ଶେଷ ମ୍ୟାଚ୍ ୩୧ ଅଗଷ୍ଟରେ ମିରପୁରରେ ଖେଳାଯିବ।
ତେବେ ଭାରତ ପ୍ରଥମଥର ପାଇଁ ବାଂଲାଦେଶ ଘରୋଇ ଭୂମିରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ବାଂଲାଦେଶ କ୍ରିକେଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜାମୁଦ୍ଦିନ ଚୌଧୁରୀ ଦୁଇ ଦଳ ମଧ୍ୟରେ ସିରିଜ୍ ନେଇ କହିଛନ୍ତି ଯେ ଏହା ଆମପାଇଁ ସବୁଠାରୁ ରୋମାଞ୍ଚକର ଏବଂ ସାନଦାର ମ୍ୟାଚ ହେବାକୁ ଯାଉଛି। ଭାରତ ସମସ୍ତ ଫର୍ମାଟରେ ନିଜର ଏକ ମାନଦଣ୍ଡ ସ୍ଥାପନ କରିଛି।
Comments are closed.