Latest Odisha News

BREAKING NEWS

ଓଲଟିଲା ସ୍କୁଲ ବସ୍; ଚାଳକ ସମେତ ୧୦ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ନିକଟରେ ଓଲଟିଲା ଘରୋଇ ସ୍କୁଲ ବସ୍ । ଏହି ଦୁର୍ଘଟଣାରେ ଚାଳକ ଅତି ଗୁରୁତର ଥିବାବେଳେ ପ୍ରାୟ ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଓ ପ୍ରାୟ ୩୦ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାାୟୀ, ଖଡ଼ିଆଳ ସ୍ଥିତ ମହାତ୍ମା ଗାନ୍ଧୀ ସାଇନ୍ସ କଲେଜ୍ ର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବସ ଖଡ଼ିଆଳରୁ ଭବାନୀପାଟଣା ପଟକୁ ଯାଉଥିଲା । ଏହି ସମୟରେ ଭାରସାମ୍ୟ ହରାଇ ବସଟି ୧୬ ନମ୍ବର ରାଜ୍ୟ ରାଜପଥ କଡ଼ରେ ଓଲଟି ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ବସ୍ ଭିତରୁ ବାହର କରିବାକୁ ଚେଷ୍ଟା କରିଥିଲେ ।

ପରେ ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଚାଳ ସମେତ ସମସ୍ତ ଆହତ ଓ ଗୁରୁତର ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।

Comments are closed.