Latest Odisha News

BREAKING NEWS

ଏପ୍ରିଲରୁ ରବିବାର ସ୍କୁଲ ବନ୍ଦ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ ରିଭିଜନ୍ କ୍ଲାସ । ରେଗୁଲାର କ୍ଲାସ ଆବଶ୍ୟକତା ନାହିଁ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ କଭର ହୋଇଯିବ । ଏପ୍ରିଲରୁ ପିଲାମାନଙ୍କ ପାଇଁ ରିଭିଜନ କ୍ଲାସ ହେବ । ରିଭିଜନ କ୍ଲାସ ବେଳେ ରବିବାର କ୍ଲାସ ଆଉ ହେବନି । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଏବେ ଧୀରେ ଧୀରେ କମୁଛି । ଏବେ ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱ ଦେଉଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

କ୍ଲାସ ରୁମରେ ଶହେ ଦିନର ପାଠପଢ଼ା ଟାର୍ଗେଟ ରଖିଥିଲେ ସରକାର । ରବିବାରରେ ବି କ୍ଲାସ ହେଉଥିଲା । ଏବେ କୋର୍ସ ଶେଷ ହେବା ଉପରେ ରହିଛି । କୋଭିଡ୍ ଯୋଗୁ କେବଳ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିଛି ।

Leave A Reply

Your email address will not be published.