ଭଦ୍ରକ: ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଅର୍ଥାତ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ କଲେଜ ଛୁଟି ନେଇ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଆସନ୍ତା ୨୩ ତାରିଖରେ ଜିଲ୍ଲାରେ ଖୋଲିବ ସ୍କୁଲ ଓ କଲେଜ ।
ଏହି ସମୟରେ ସ୍କୁଲ ଗୁଡିକର ପରିବେଶକୁ ସଫା ସୁତୁରା ରଖିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ବିଶୋଧନ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ଗସ୍ତ କରି ସମୀକ୍ଷା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାରେ ଡାଇରିଆ ସ୍ଥିତିନେଇ ଆଲୋଚନା କରିଥିଲେ ।
ଭଦ୍ରକ ଜିଲ୍ଲାରେ ଡାଇରିଆ ବ୍ୟାପିବା ପରେ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସମେତ ସ୍ୱାସ୍ଥ୍ୟ ସେବା ଦଳଗୁଡ଼ିକ ବିଭିନ୍ନ ପରିବାରଙ୍କ ପାଖକୁ ଯାଇ ନିରାପଦ ପାନୀୟ ଜଳ ବଣ୍ଟନ କରି ସକ୍ରିୟ ଭାବରେ ସଚେତନତା ଅଭିଯାନ ଚଳାଇଛନ୍ତି । ଜଳ ଉତ୍ସଗୁଡ଼ିକୁ ବିଶୁଦ୍ଧ କରିବା ଏବଂ ଜନସାଧାରଣଙ୍କୁ ପ୍ରତିଷେଧକ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ ପ୍ରୟାସ ତ୍ୱରାନ୍ୱିତ କରାଯାଉଛି ।
Comments are closed.