ଭୁବନେଶ୍ୱର: ଏକାଦଶ ଶ୍ରେଣୀ ପାଇଁ ସାମ୍ସ (SAMS) ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ପ୍ରଥମ ମେଧା ତାଲିକା ଜୁଲାଇ ୨ ତାରିଖ ଦିନ ପ୍ରକାଶ ପାଇବ । ଆବେଦନକାରୀ https://www.samsodisha.gov.in/ ପୋର୍ଟାଲରେ ୨୬ ତାରିଖ ପୂର୍ବରୁ ଆବେଦନ କରି ପାରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ଆରମ୍ଭ ହୋଇ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ଜୁଲାଇ ୧୭ରେ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୧୯ ତାରିଖ ମଧ୍ୟରେ ସରିବ । ସେହିପରି ଅନଲାଇନ୍ ସ୍ପଷ୍ଟ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ମଧ୍ୟରେ ସରିବ ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଜୁଲାଇ ୨୯ ତାରିଖରୁ ଏକାଦେଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରାଯିବ । ଏବେ ସୁଦ୍ଧା ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷ ୪୫ ହଜାର ୮୮୭ ଜଣ ଯୁକ୍ତ ୨ ପାଠ୍ୟକ୍ରମ ପାଇଁ ଆବେଦନ କରିଥିଲେ । ଚଳିତବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ରେକର୍ଡ ପାସ୍ ହାର ୯୬.୪୦ ପ୍ରତିଶତ ରହିଥିଲା । ୩ ହଜାର ୩୨୧୮ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୩୨ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
Comments are closed.