Latest Odisha News

BREAKING NEWS

୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଦଶହରା ପରେ ଖୋଲିବ ସ୍କୁଲ। ଆସନ୍ତା ୨୧ତାରିଖରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହେବ। ସ୍କୁଲ ଖୋଲିବା ପ୍ରସଙ୍ଗରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ଲାଗି ଆନୁସାଙ୍ଗିକ ପ୍ରସ୍ତୁତି କରିବାକୁ ଆସନ୍ତାକାଲି ବିଭାଗ ପକ୍ଷରୁ ଡିଇଓମାନଙ୍କୁ ନେଇ ବୈଠକ ମାଧ୍ୟମରେ ନିର୍ଦ୍ଦେଶ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

କରୋନା ଶିକ୍ଷାକ୍ଷେତ୍ର ଉପରେ ଅଧିକ ପ୍ରଭାବ ପକାଇଥିଲା। କିନ୍ତୁ କରୋନା ସଂକ୍ରମଣ କରିଛି। ଟିକାକରଣ ମଧ୍ୟ ତ୍ୱରାନ୍ୱିତ ହୋଇଛି। ଏଥିପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତି ନେଇଛନ୍ତି ସରକାର। ଏଣିକି କ୍ଲାସରୁମରେ ବସି ପାଠପଢ଼ିପାରିବେ ଛାତ୍ରଛାତ୍ରୀ। ପୂର୍ବଭଳି କ୍ଲାସରୁମରେ କଟକଣା ରହିବ। କ୍ଲାସରୁମରେ ଛାତ୍ରଛାତ୍ରୀ ସାମାଜିକ ଦୂରତା ରଖିବା ସହ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ। ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ।

Comments are closed.