Latest Odisha News

BREAKING NEWS

ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ

ଯାଜପୁର: ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ । ଡାଇରିଆ ସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା । ୨୪ ଯାଏଁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା ।

ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍କୁଲଗୁଡ଼ିକୁ ସଫେଇ କରାଯିବା ସହ ଜଳ ବିଶୋଧନ ପରେ ସ୍କୁଲ ଗୁଡିକ ଆଜି ଖୋଲୁଛି । ଜିଲ୍ଲା ଶିକ୍ଷାଧିକରୀ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରରେ ରହି ସ୍କୁଲ ଜଳ ବିଶୋଧନକୁ ଗୁରୁତ୍ୱ ଦେଇଛନ୍ତି । ଏଙି ସମୟରେ ଜିଲ୍ଲାପାଳ ମଧ୍ୟ ଏହାକୁ ମନିଟରିଙ୍ଗ୍‌ କରିଛନ୍ତି ।

ତେବେ ଶିକ୍ଷକମାନେ ସ୍କୁଲ ଆସୁଥିବା ବେଳେ କେବଳ ପିଲାମାନଙ୍କ ପାଇଁ ଛୁଟି ଅବଧି ବୃଦ୍ଧି କରିଥିଲେ ଜିଲ୍ଲାପାଳ।

Comments are closed.