Latest Odisha News

BREAKING NEWS

ଶିକ୍ଷକଙ୍କ ମାଡ଼ରେ ଲହୁ ଲୁହାଣ ହେଲେ ଛାତ୍ର

ନବରଙ୍ଗପୁର: ଶିକ୍ଷକଙ୍କ ମାଡ଼ରେ ଲହୁ ଲୁହାଣ ହେଲେ ଛାତ୍ର । ଏଭଳି ଅମାନୁଷିକ ଘଟଣା ଘଟିଛି କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମରେ । ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ କୁନ୍ଦେଇ ଥାନାରେ ଏତଲା ଦିଆଯାଇଛି ।

ଅଭିଯୋଗ ଅନୁଯାୟୀ, କାନାଡିହି ଗ୍ରାମର ଲଗନୁ ଶତନାମିଙ୍କ ୫ ବର୍ଷର ପୁଅ ଧନରାଜ ଶତନାମି ହାଟଭରଣ୍ଡି ସହିଦ ବିର୍ସାମୁଣ୍ଡା ଘରୋଇ ସ୍କୁଲରେ ନର୍ସରୀରେ ପାଠ ପଢୁଥିଲେ । ପ୍ରତିଦିନ ପରି ଆଜି ମଧ୍ୟ ସକାଳ ଆଠଟା ସମୟରେ ଅଟୋ ରେ ସ୍କୁଲ ଯାଇଥିଲେ । ଦିନ ଗୋଟାଏ ବେଳେ ଅଟୋ ଵାଲା ଘରେ ପିଲାକୁ ଛାଡିବା ସମୟରେ କହିଥିଲା ଆଜି ପିଲାକୁ ସ୍କୁଲ ରେ ମାଡ଼ ହୋଇଛି । ଏହା ପରେ ଧନରାଜ ଙ୍କର ସାର୍ଟ ଖୋଲି ଦେଖିଲା ବେଳକୁ ପିଠି ସାରା ନୋଲା ଫାଟି ଯାଇଥିବା ଦେଖିବାକୁ ପାଇଥିଲେ ।

ଧନରାଜଙ୍କୁ ପଚାରିବାରୁ ସେ କହିଥିଲେ ସ୍କୁଲର ସାର ଜୟକୁମାର ଗଣ୍ଡ ତାଙ୍କୁ ବାଡ଼ିରେ ପ୍ରବଳ ମାରିଥିଲେ । ଏହା ପରେ ଲଗନୁ ଶତନାମି କୁନ୍ଦେଇ ଥାନାରେ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ ।

ଉକ୍ତ ଘଟଣାକୁ ନେଇ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ଶିକ୍ଷକ ଜୟରାମ ଗଣ୍ଡ ଙ୍କୁ ଅଟକ ରଖିଥିବା ସହ ଥାନାରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି କହିଛନ୍ତି । ଏ ବିଷୟରେ ଡ଼ିଇଓ ଛତ୍ରପତି ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାଇଘର ବିଇଓଙ୍କୁ ପଠାଇ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.