Latest Odisha News

BREAKING NEWS

ଏ କି ବ୍ୟବସ୍ଥା ? ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଯାଇଛନ୍ତି ଦଶମ ଶ୍ରେଣୀ ଛାତ୍ର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ବିପଦ ସଂକୂଳ ଅବସ୍ଥାରେ ବସି କ.ନୂଆଗାଁ ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଯାଇଥିଲେ।

ସୂଚନାଥାଉକି, ପରୀକ୍ଷା କେନ୍ଦ୍ର କୁଡୁତୁଲି ଉଚ୍ଚ ବିଦ୍ୟାଳୟକୁ ଟ୍ରାକ୍ଟର ଟ୍ରଲିରେ ବସି ଯାଇଥିଲେ ଛାତ୍ରମାନେ । ୩ କିଲୋମିଟର ଦୂରକୁ ୩୦ରୁ ଅଧିକ ଛାତ୍ର ଏପରି ଯାଇଥିଲେ ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ କିଛି ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ଓ ଛାତ୍ରମାନେ ଏପରି ଭାବେ ଟ୍ରାକ୍ଟରରେ ଯାଇଥିବା ଜଣା ପଡିଛି ।

ଏପରି ଟ୍ରଲି ଓ ଇଞ୍ଜିନର ଜଏଣ୍ଟ ସ୍ଥାନରେ ମଧ୍ୟ ଛିଡ଼ା ହୋଇ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ ପିଲାମାନେ । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଓ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.