Latest Odisha News

BREAKING NEWS

ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା: ସ୍କୁଲ ଶିକ୍ଷୟତ୍ରୀ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ଗୋହିରା ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀ ପ୍ରାଣ ହରାଇଥିବା ବେଳେ ଜଣେ ପୂର୍ବତନ ପଧାନ ଶିକ୍ଷକ ଗଭୀର ଭାବେ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଜଟଣୀ ସ୍ଥିତ ଏମଡିଆରଏସ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଓ କଣ୍ଟିଆ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷୟତ୍ରୀ ବିନୋଦିନୀ ନାୟକ ଜଟଣୀରୁ ନିଜ ଦୁଇ ଚାକିଆରେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଦୃତଗତିରେ ଆସୁଥିବା ଏକ କାର  ଗୋହିରା ଛକ ନିକଟରେ ସେମାନଙ୍କ ଗାଡିକୁ ଧକ୍କା ଦେବା ଫଲରେ ଘଟଣା ସ୍ଥଳରେ ହିଁ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଗୋକୁଳାନନ୍ଦଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.