Latest Odisha News

ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା; ନିଲମ୍ବିତ ହେଲେ ନିଶାଡି ଶିକ୍ଷକ

ଯାଜପୁର: ଶିକ୍ଷକ ସ୍କୁଲରେ ମଦ ପିଇ ମାତାଲ ହେବା ଘଟଣା । ଅଭିଯୁକ୍ତ ଶିକ୍ଷକଙ୍କୁ ମହଙ୍ଗା ପଡିଲା ଏପରି କାରନାମା । ମାତାଲ୍ ଅବସ୍ଥାରେ ଶିକ୍ଷକଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ନିଲମ୍ବିତ ହେଲେ ନିଶାଡି ଶିକ୍ଷକ ।

ଖବର ମୁତୀବକ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ବାଲିସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ଦାସ ମଦ ପିଇ ମାତାଲ ହୋଇଥିବା ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ଲୋକେ ମାତାଲ ଶିକ୍ଷକଙ୍କୁ ଉଠାଇବାକୁ ଏବଂ ହୋସକୁ ଆଣିବାକୁ ଚେଷ୍ଟା କରିଥିଲେ । ମାତ୍ର ଶିକ୍ଷକଙ୍କ ଲକ୍ଷଣ ଓ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ଶିକ୍ଷକ ଜଣକ ମଦ ନିଶାରେ ଏମିତି ଚୁର ଥିଲେ ଯେ ଠିକ୍ ରେ କଥା କହିପାରୁନଥିଲେ କି ଭୁଇଁରୁ ଉଠିପାରୁ ନଥିଲେ । ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଜଣେ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରିଣୀ ନିବେଦିତା ପାଣି ।

Comments are closed.