ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ୍ ୧୪ ତାରିଖରେ ବନ୍ଦ ହୋଇନପାରେ ବୋଲି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଆହୁରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ମାତ୍ର ଲକ୍ଡାଉନ୍ ଯେକୌଣସି ମୂହୁର୍ତ୍ତରେ ବନ୍ଦ ହେବାର ଯେଉଁ ସମ୍ଭାବନା ଥିଲା ତାହା ସମ୍ଭବ ନୁହେଁ ବୋଲି ମୋଦୀ କହିଛନ୍ତି ।
Situation in country is akin to a ‘social emergency’; it has necessitated tough decisions and we must continue to remain vigilant. States, District administrations and Experts have suggested extension of Lockdown to contain spread of the virus: PM during interaction with MPs https://t.co/UcFwyPlgQA
— ANI (@ANI) April 8, 2020
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ସର୍ବଦଳୀୟ ବୈଠକରେ ଆଲୋଚନା କଲାବେଳେ କହିଛନ୍ତି ଯେ, କୋଭିଡ୍-୧୯ ପରିସ୍ଥିିତି ପରେ ଯେ ଜୀବନଯାତ୍ରା ସ୍ୱାଭାବିକ ହୋଇଯିବ ତାହା ଠିକ୍ ନୁହେଁ । “ଜନସାଧାରଙ୍କ ଭିତରେ ସାମାଜିକ ତଥା ବ୍ୟକ୍ତିଗତ ଆଚରଣରେ ବ୍ୟକ୍ତି ବିଶେଷରେ ପରିବର୍ତ୍ତନ ହୋଇଛି । ” ଭିଡ଼ିଓ କନଫରେନ୍ସିଂ ଦ୍ୱାରା ସର୍ବଦଳୀୟ ବୈଠକରେ ଏହା କହିଛନ୍ତି ମୋଦୀ ।
ବୁଧବାର ଦିନ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ବୈଠକରେ ଯେଉଁ ନେତାମାନଙ୍କ ସହିତ କରୋନା ପରିସ୍ଥିତି ଏବଂ ଲକ୍ଡାଉନ୍ ସମ୍ପର୍କରେ ଆଲୋଚନା କରିଥିଲେ ସେମାନେ ହେଲେ – ବିଜୁ ଜନତା ଦଳର ପିନାକୀ ମିଶ୍ର, କଂଗ୍ରେସ ନେତା ଗୁଲାମନବୀ ଆଜାଦ, ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ସଞ୍ଜୟ ରାଉତ, ଏନସିପିର ବରିଷ୍ଠ ନେତା ଶରଦ ପାୱାର, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଶିରୋମଣି ଅକାଳୀ ଦଳର ସୁଖବିନ୍ଦର ସିଂହ ବାଦଲ, ବହୁଜନ ସମାଜ ପାର୍ଟିର ଏସସି ମିଶ୍ର, ୱାଇଏସଆର କଂଗ୍ରେସ ପାର୍ଟି ନେତା ବିଜୟ ସାଇ ରେଡ୍ଡି ଓ ମିଥୁନ ରେଡ୍ଡି ଏବଂ ଜନତା ଦଳ ୟୁନାଇଟେଡ଼ର ରାଜୀବ ରଞ୍ଜନ ସିଂହ ।
ଭାରତରେ ବର୍ତ୍ତମାନ କରୋନା ପଜିଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୫,୦୦୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୯ ରେ ପହଞ୍ଚିଛି । ଏହି ରୋଗରୁ ୪୦୨ ଜଣ ବ୍ୟକ୍ତି ସୁସ୍ଥ ହୋଇପାରିଥିବା ସୂଚନା ମିଳିଛି ।
Comments are closed.