ନୂଆଦିଲ୍ଲୀ: କରୋନା ଯୋଗୁ ଦିଲ୍ଲୀରେ ଏବେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଛୁଟି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।
ଦିଲ୍ଲୀରେ ପୂର୍ବରୁ ଅକ୍ଟୋବର ୩୧ ତାରିଖ ଯାଏ ସ୍କୁଲ ବନ୍ଦ ନେଇ ଘୋଷଣା ହୋଇଥିଲା । ଏବେ ପରବର୍ତ୍ତୀ ଆଦେଶ ନମିଳିବା ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି ସରକାର ।
ମନୀଷ ସିସୋଦିଆ କହିଛନ୍ତି, ସାରା ବିଶ୍ୱରେ ଯେଉଁଠି ସ୍କୁଲ ଖୋଲାଯାଇଛି ସେଠାରେ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଉଛନ୍ତି । ଏଭଳି ସ୍ଥିତିରେ ସ୍କୁଲ ନଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅଭିଭାବକଙ୍କଠାରୁ ଏସମ୍ପର୍କିତ ଫିଡବ୍ୟାକ ମିଳିଥିବା କହିଛନ୍ତି ମନୀଷ ସିସୋଦିଆ ।
Addressing an important press conference | Live https://t.co/LdF65ud9gF
— Manish Sisodia (@msisodia) October 28, 2020
ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ଦୈନିକ ରେକର୍ଡ ୪ ହଜାର ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୪ ଜଣ ପ୍ରାଣ ହରାଇଛନ୍ତି । ପୂର୍ବରୁ ସେପ୍ଟେମ୍ବର ୧୬ ତାରିଖରେ ସର୍ବାଧିକ ୪ ହଜାର ୪୭୩ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
Comments are closed.