Latest Odisha News

BREAKING NEWS

ସୋମବାରଠୁ ଖୋଲିବ ସ୍କୁଲ୍, ପାଠ ପଢ଼ା ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ତାତି କମିବା ନେଇ ସମ୍ଭାବନା ଦେଖା ଦେବାପରେ ସ୍କୁଲ ପୂର୍ବ ନିଷ୍ପତ୍ତି ଅନୁଯାୟୀ ମେ ଦୁଇ ତାରିଖ ଅର୍ଥାତ ମଙ୍ଗଳବାର ଖୋଲିବ । ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମେ’ 2 ତାରିଖରୁ ସମସ୍ତ ବିଦ୍ୟାଳୟରେ ସକାଳ 6ଟାରୁ 9ଟା ଯାଏ ପାଠ ପଢ଼ା ହେବ।

ସରକାର ବିବୃତ୍ତି ଜାରି କରି କହିଛନ୍ତି, ପାଣିପାଗରେ ପରିବର୍ତ୍ତନକୁ ଦେଖି ସୁଚିନ୍ତିତ ଭାବେ ବିଚାର କରିବା ପରେ, ସମସ୍ତ ବିଦ୍ୟାଳୟରେ ପାଠ ପଢା ସମୟ ମେ 2 ତାରିଖରୁ ସକାଳ 6 ରୁ 9 ଯାଏ ପରିବର୍ତ୍ତନ କରାଯାଇଛି।  ତେବେ ଏହି ସମୟରେ ଯେଉଁଭଳି ବିଭିନ୍ନ ବୋର୍ଡର ପରୀକ୍ଷା ଯେଉଁ ସମୟରେ ଚାଲିଛି ତାହା ପୂର୍ବ ଭଳି ଚାଲିବ ।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟରେ ତାପମାତ୍ରା ବଢିବା ସହିତ ଅସହ୍ୟ ତାତି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର ଏପ୍ରିଲ 30 ଯାଏ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବା ଉପରେ ସାମୟିକ ରୋକ୍ ଲଗାଇଥିଲେ।

Comments are closed.